-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
07-May-2021
କଣ୍ଟାମାଳ(ଅକୃର ସାହୁ): ସରକାର ଗ୍ରାମାଞ୍ଚଳର ପ୍ରତ୍ୟେକ ଲୋକଙ୍କୁ ଶହେ ଦିନର କାମ ଯୋଗାଇବା ଲକ୍ଷ୍ୟ ନେଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ପ୍ରଣୟନ କରିଛନ୍ତି l ତେବେ ଅନେକ ସ୍ଥାନରେ ସମ୍ପୃକ୍ତ ନିର୍ମାଣ କାମରେ ସରକାରୀ ଜବକାର୍ଡ ଧାରୀ ଶ୍ରମିକଙ୍କୁ ନିଯୋଜିତ କରିବା ବଦଲରେ ମେସିନ୍ ଲଗାଇ କାମ କରାଯାଉଥିବା ଯୋଗୁଁ ଶ୍ରମିକ ଅଶାନ୍ତି ବୃଦ୍ଧି ପାଉଛି l
ସରକାରୀ ନିୟମର ଏପରି ଖୋଲାଖୋଲି ଉଲ୍ଲଂଘନର ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତରେ । ଏହି ପଞ୍ଚାୟତର ମାତାକୃପା ୱାର୍ଡ଼ ଦେଇ ଯାଇଥିବା ନlଳରେ ଚେକ୍ ଡେମ ନିର୍ମାଣ ଚାଲିଛି l ସମ୍ପୃକ୍ତ ଠିକାଦାର , ଜି ଆର ଏସ୍ ଓ ଜେ. ଇ ଙ୍କ ମିଲିଭଗତ ଯୋଗୁଁ ଏହି ଚେକଡେମ ପାଇଁ ଆସିଥିବ ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରାଯାଇଛି l ଏଠାରେ ବେନିୟମ ଭାବେ ଜେସିବି ମେସିନ୍ ସାହାଯ୍ଯରେ ସମସ୍ତ କlମ କରାଯାଉଥିବା ଜବ କାର୍ଡ ଧାରୀ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି l ଏଥିପ୍ରତି ବୌଦ୍ଧ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି l