-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
07-May-2021
ଢେଙ୍କାନାଳ,(ପ୍ରେରଣା ଖବର) ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଭାଟକାଟେଣୀ ଗ୍ରାମରେ ଘଟିଛି ଏକ ଅଭାବନିୟ ଘଟଣା । ବାର୍ହା ଶିକାର ପାଇଁ ଶିକାରୀ ମାନେ ବିଛାଇଥିବା ବିଦ୍ୟୁତ୍ ତାର ଫାସରେ ଜଣେ ବୃଦ୍ଧ ଲୋକ ପଡି ମୃତ୍ୟୁବରଣ କରିଥିବା ଜଣାପଡିଛି ।
ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭାଟକାଟେଣୀ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।
ଭାଟ କାଟେଣୀ ଗ୍ରାମର ବିଲ ମଝିରେ ବାର୍ହା ଶିକାର ପାଇଁ ଶିକାରୀ ମାନେ ବିଛାଇଥିବା ବିଦ୍ୟୁତ୍ ଫାଶରେ ଜଣେ ବୃଦ୍ଧ ଲାଗିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହେଉଛନ୍ତି ଭାଟକାଟେଣୀ ଗ୍ରାମର ପ୍ରଣଦ ବେହେରା (୭୦) ବର୍ଷ । ସେ ବିଲକୁ ଘାସ କାଟିବାକୁ ଯାଇଥିଲେ । ମାତ୍ର ବିଲରେ ଶିକାରୀ ମାନେ ବିଛାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାକୁ ନେଇ ଉକ୍ତ ଗ୍ରାମରେ ଚାପା ଉତେଜନା ପ୍ରକାଶ ପାଇଛି । ସଦରଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଶବକୁ ବ୍ୟବଛେଦ କରିବାକୁ ପଠାଇଛନ୍ତି ।