-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
03-May-2021
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର): ଦିନ କୁ ଦିନ ସାରା ରାଜ୍ୟରେ କରୋନା ତାର କାୟା ବିସ୍ତାର କରି ଚାଲିଛି ଲ ଏହାକୁ ଦୃଷ୍ଟିରେ ରଖି ମେ ମାସ ୫ ତାରିଖ ରୁ ମେ ୧୯ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ "ଲକ୍ ଡାଉନ" ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦେଶ ରହିଛି। ଏହି କ୍ରମରେ ଆଜି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଲ ରାଣା ଓ ପୋଲିସ ଆରକ୍ଷୀ ଅଧୀକ୍ଷକ ନୀତିନ୍ କୁଶଲକରଙ୍କ ତତ୍ୱାବଧାନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ରଖାଯାଇଥିଲା। ଏହି ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ରାଣା ସରକାରଙ୍କ କୋଭିଡ଼ ଗାଇଡ଼ଲାଇନ କଡାକଡି ଭାବେ ପାଳନ କରିବାକୁ ଗଣମାଧମ ପ୍ରତିନିଧିଙ୍କ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ।ତେବେ ଏହି ୧୪ ଦିନିଆ ଲଗଡାଉନ ମଧ୍ୟରେ ସପ୍ତାହନ୍ତ ଶନିବାର ଓ ରବିବାର ଦୁଇ ଦିନିଆ ସଟ ଡାଉନ ବଳବତ୍ତର ରହିବା ଭଳି ନିର୍ଦେଶ ଜାରି ରହିଛି। ସେହିପରି ଏହି ୧୪ ଦିନିଆ ଲକଡାଉନ୍ ରେ ଜନସାଧାରଣ ଯେମିତି କୌଣସି ବଡ଼ ଆସିବିଧାର ସମ୍ମୁଖୀନ ନ ହୁଅନ୍ତି ତାକୁ ଗୁରୁତ୍ୱ ଦେଇ ନିଜ ନିଜ ଘରଠୁଁ ୫୦୦ମିଟର ବ୍ୟବଧାନରେ ଜରୁରୀକାଳୀନ ସାମଗ୍ରୀ ମଧ୍ୟ କିଣି ପାରିବେ ଓ ତା ପାଇଁ ଚାଲି ଚାଲି ଯିବାକୁ ପଡ଼ିବା ଭଳି ନିର୍ଦେଶ ଦିଆଯାଇଛି । ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀଙ୍କ ମଧ୍ୟରେ ସମସ୍ତ ଔଷଧ ଦୋକାନ,କ୍ଷୀର, ବହି ଦୋକାନ ,ସିମେଣ୍ଟ, ଲୁହାଛଡ଼ ଦୋକାନ,ପୋଷ୍ଟ ଅଫିସ ଖୋଲା ହେବା ସହ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡିକରେ ୫୦% କର୍ମଚାରୀ କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ରହିଛି l ପାଣି ବିଭାଗ, ବିଦ୍ୟୁତ ବିଭାଗ ଓ କୋଭିଡ଼ ବିଭାଗ ନିଜ ପ୍ରମାଣ ପତ୍ର ମାଧ୍ୟମରେ ନିଜ କାର୍ଯ୍ୟକୁ ଯାତାୟତ କରିବାଭଳି ଅନୁମତି ରହିଛି l ସେହିପରି ବିବାହ ଉତ୍ସବରେ ୫୦ଜଣ, ଅନ୍ତେଷ୍ଟି କ୍ରିୟାରେ ୨୦ ଜଣ ଙ୍କ ସମାଗମ ହେବାର ନିର୍ଦେଶ ରହିଥିବାବେଳେ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଟିକାକରଣ ଚାଲିଛି ତାହା ବିନା ବାଧାରେ ସୁଚାରୁରୂପେ ପରିଚାଳିତ ହେବାର ସୂଚନା ଦିଆଯାଇଛି ।ଅନ୍ୟପଟେ ବଲାଙ୍ଗୀର ଆରକ୍ଷୀ ଅଧିକ୍ଷକ ମଧ୍ୟ ସର୍ବସାଧାରଣ ଜନତା କୁ ନିବେଦନ କରିଛନ୍ତି ଏହି ଘଡିସନ୍ଧି ମୁହୂର୍ତ୍ତରେ ସମସ୍ତେ ମିଳିମିଶି କାମ କରିବା ଓ ସଚେତନତାର ପଥକୁ ଆପଣେଇ ନିଜକୁ ତଥା ଅନ୍ୟ ମାନଙ୍କୁ ସୁସ୍ଥ ରଖିବା ବୋଲି ବଲାଙ୍ଗିର ଏସ୍ ପି ନୀତିନ କୁସଲକର ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବହୁ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ l ବଲାଙ୍ଗୀର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀଙ୍କ ଆବାହକତ୍ବରେ ଅନୁଷ୍ଟିତ ଏହି ସାମ୍ବାଦିକ ସମ୍ମିଳନୀରେ ମାକ୍ସ, ସାମାଜିକ ଦୂରତା ଓ ସେନିଟାଇଜେସନକୁ ଗୁରୁତ୍ଵ ଦିଆଯାଇଥିଲା ।