-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
30-Apr-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର): ଟିକ୍ରାପଡା ଦଧିବାମନ ମନ୍ଦିରରେ ଡା. ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଯଶସ୍ୱୀ ଲେଖକ, କବି ଓ ଆଧ୍ୟାତ୍ମିକ କର୍ମନିଷ୍ଠ ପୁରୁଷ ମନୋଜ ଦାସଙ୍କ ବିୟୋଗରେ ଏକ ଶୋକ ସଭା ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଅନୁଷ୍ଠିତ ହୋଇଥିଲା । ଆରମ୍ଭରେ ଅମର ଆତ୍ମାର ସତଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କୋଭିଡ ନିୟମକୁ ମାନି ସଭା କରାଯାଇଥିଲା । ସଭାରେ ଦୁର୍ଗା ଚରଣ ସାହୁ, ରତ୍ନମୟ ତ୍ରିପାଠୀ, ସୁନାଧର ବନଛୋର, ଚୁଡେନ୍ଦ୍ର କୁମାର ବେହେରା, ଧର୍ମବ୍ରତ ରଥ ଓ ମଦନ ମୋହନ ରଥ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସଂକଟ ସମୟରେ ଶୋକ ସନ୍ତପ୍ତ ପରିବାରକୁ ଧର୍ଯ୍ୟ ପ୍ରଦାନ କରିବାକୁ ଭଗବାନଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା ।