-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
28-Apr-2021
ବଲାଙ୍ଗିର, ବଲାଙ୍ଗିର ସଦର ବ୍ଲକ ଆଦିବାସୀ କଲ୍ୟାଣ ସଂଘ ତରଫରୁ ଢୁଲୁସର ଗ୍ରାମରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ବିଶିଷ୍ଟ ସମାଜସେବୀ ନିର୍ଭିକ କ୍ରାନ୍ତୀକାରୀ ନେତା ସ୍ୱର୍ଗତ ବ୍ରଜ କିଶୋର ସିଂହ ଭୋଇଙ୍କ ବିୟୋଗରେ ଗଣନାଥ ଧରୁଆ ସଭାପତି, ଷଡବଂଶୀୟ ଗଣ୍ଡ ସମାଜ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଦିବଂଗତ ସଂଗ୍ରାମୀ ନେତା ସ୍ୱର୍ଗତ ସିଂହ ଭୋଇଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ତାଙ୍କର ଆତ୍ମାର ସତଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଶୋକସଭାରେ ମୁରଲୀଧର ମଲ୍ଲିକ, ପାଇକା କୁମୁରା, ବିରଂଚି ମାଝୀ, ସୁଦାମ ଧରୁଆ, ଅଚ୍ୟୁତ ଧରୁଆ, ମାଖନୁ ଧରୁଆ ଉପସ୍ଥିତ ଥିଲେ ।