-+91-9937148622 |
prerana_bgr@rediffmail.com |
Wednesday 13th May 2026 |
R.N.I. Regd No. ODIODI/2010/46693
Breaking News
27-Apr-2021
ବ୍ରହ୍ମପୁର(ପ୍ରେରଣା ଖବର) : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ବ୍ରହ୍ମପୁର ହିଲପାଟଣା ନିକଟରେ ଥିବା ଏକ ଘର ଭିତରୁ ଠାବ ହୋଇଛି ମୃତଦେହ । ମୃତକ ମହେଶ କୁମାର ନାୟକ , ବୟସ ୨୮ବର୍ଷ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ମଙ୍ଗଳବାର ଦିନ ସକାଳ ସମୟରେ ବ୍ରହ୍ମପୁର ହିଲପାଟଣା ନିକଟରେ ଥିବା ଘର ଭିତରେ ମହେଶଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତୁରନ୍ତ ନିକଟସ୍ଥ ପୋଲିସକୁ ଖବର ଦିଆଯାଇଥିଲା । ଗୋଶାଣୀ ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ରହିଛି । ତେବେ ମୃତ ଯୁବକ ୨ବର୍ଷ ହେବ ଏକ ଘରେ ରହି ବିଟେକ୍ କରୁଥିବାର ପରିବାର ଲୋକେ କହିଛନ୍ତି ।
ସେପଟେ ପୋଲିସ ଘଟଣାର ଛାନ୍ଭିନ୍ ଜାରି ରଖିଛି । ମହେଶ ଆତ୍ମହତ୍ୟା କରିଛନ୍ତି ନା ଆଉ କିଛି ଘଟିଛି । ତାହା ପୋଲିସ ତଦନ୍ତ ଓ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ।