-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
20-Oct-2020
ସମ୍ବଲପୁର,୨୦/୧୦(ସଂଜୀବ ପାଣିଗ୍ରାହୀ): ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନ ସଚେତନତା ଅଭିଯାନ ଚାଲୁରହିଛି l ଏହି ମର୍ମ ରେ ଆଜି ସମ୍ବଲପୁର ମହାନଗର ବିଜେଡ଼ି ତରଫରୁ ମହାନଗର ସଭାପତି ପ୍ରଫୁଲ୍ଲ କୁମାର ଦାସ ଙ୍କ ନେତୃତ୍ୱରେ ସ୍ଥାନୀୟ ସିଟିଷ୍ଟେସନ ସ୍ଥିତ ଝlଙ୍କରପଡା ଅଞ୍ଚଳରେ କୋଭିଡ- ୧୯ ର ସଚେତନତା କରାଯିବା ସହ ମାକ୍ସ ବଣ୍ଟନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟିକା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀ, ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ମୁନୁ ସିଂଦେଓ, ସହଦେଵ ମୁଣ୍ଡା, କଲିମ ଖାନ, ମାମି ନାୟକ, ଦୁଲାଲ ଚନ୍ଦ୍ର ରାୟ, ସତ୍ୟେନ୍ଦ୍ର ଦାଶ, ସୁରେଖା ସାହୁ, ମମତା ପଣ୍ଡା,କାନନଵାଲା ପଟ୍ଟନାୟକ, ପୁଷ୍ପାଞ୍ଜଳୀ କେର୍କେଟା, ସୁଧୀର ଜସ୍ବ।ଲ, ସଂଜୀବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l