-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
30-Nov--0001
ପୁରୀ(ସମୀର ରଞ୍ଜନ ନାୟକ)- ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଥିବା କୋଭିଡ କେୟାର ସେଣ୍ଟର ଶୁଭାରମ୍ଭ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଏଠାରେ ୮୦ଟି ଶଯ୍ୟାର ବ୍ୟବସ୍ଥା ଥିବାବେଳେ ୫୦ଟି ଅକ୍ସିଜେନ୍ ସିଲିଣ୍ତର, ୪ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି । ସେହିଭଳି ସଂକ୍ରମିତ ରୋଗ ଚିକିତ୍ସାଳରେ ୧୩୦ଟି ଶଯ୍ୟା, ୧୫ଟି ଆଇସିୟୁ ଓ ୨୦୦ଟି ଅକ୍ସିଜେନ ସିଲିଣ୍ତର ରହିଛି ।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ପିକେଡିଏ ସଚିବ ଶ୍ରୀ ଲଲାଟେନ୍ଦୁ ସାହୁ, ହସପିଟାଲ ପରିଚାଳକ ଡଃ ଦେବଦୁଲ୍ଲଭ ନାୟକ, ଡାକ୍ତର, ପାରାମେଡିକ୍ସ ପ୍ରମୁଖ ଉପସ୍ଥିତ ଥିଲେ ।