-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-Apr-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ବିଧାୟକ ଶ୍ରୀ ନରସିଂହ ମିଶ୍ର ଆଜି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଆଜି ପୂର୍ବହ୍ନରେ ବଲାଙ୍ଗିର ସ୍ଥିତ ବାସଭବନରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ। ସେଥିରେ ତାଙ୍କର ନମୁନା ପଜିଟିଭ ଥିବା ଜଣାପଡ଼ିଛି। କରୋନା ପୋଜିଟିଭ ଥିବା ସତ୍ୱେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସାଧାରଣ ରହିଛି । ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ଏହି କିଛି ଦିନ ମଧ୍ୟରେ ଯୋଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ। ଏହାସହ ସମସ୍ତେ ମାସ୍କ ବ୍ୟବହାର, ସାମାଜିକ ଦୂରତା ଓ କୋଭିଡ ନିୟମ ପାଳନ କରନ୍ତୁ ବୋଲି ବଲାଙ୍ଗିର ଜନସାଧାରଣ ଙ୍କ ସହ ଜିଲ୍ଲା ବାସୀଙ୍କୁ ସେ ନିବେଦନ କରିଛନ୍ତି। ସୂଚନା ଅନୁସାରେ ବିଗତ କିଛି ଦିନ ତଳେ ଶ୍ରୀ ମିଶ୍ର କରୋନା ଟିକାର ଦ୍ୱିତୀୟ ଡୋଜ୍ ମଧ୍ୟ ନେଇ ସାରିଛନ୍ତି।