-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
21-Apr-2021
ସମ୍ବଲପୁର (ପ୍ରେରଣା ଖବର ବ୍ୟୁରୋ): ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ପରେ କ୍ଷତିପୂରଣ ଦାବିରେ ବିଶ୍ବବିଦ୍ୟାଳୟ ପରିସରରେ ପରିବାର ଓ ଅନ୍ୟ କର୍ମଚାରୀ ଧାରଣା ଦେଇଛନ୍ତି । ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ମୃତଦେହ ରଖି ଧାରଣା । ଭିସିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ଓ ମୃତକଙ୍କ ପୁଅକୁ ଚାକିରୀ ଦେବାକୁ ଦାବି କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ବିଶ୍ବବିଦ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଥିଲେ ଠିକା କର୍ମଚାରୀ ଦୀନବନ୍ଧୁ ମିଶ୍ର । ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର ବେଳେ ଅଧା ରାସ୍ତାରେ ମୃତ୍ୟୁ ହୋଇଥିଲା ।