-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ମଦ ଓ ମଦୁଆଙ୍କ ସୁଳଭ ବଜାର ପାଲଟିଛି ଡୁଙ୍ଗୁରିପାଲି,ମାସିକିଆ କୋଟା ଆଦାୟରେ ବ୍ୟସ୍ତ ଅବକାରୀ ବିଭାଗ

18-Apr-2021



ଡୁଙ୍ଗୁରିପାଲି-(ଅରବିନ୍ଦ ମିଶ୍ର)-କରୋନା ମହାମାରୀ ଯୋଗୁଁ ଅନେକ ବେପାର ମାନ୍ଦା ପଡିଥିବା ବେଳେ ଡୁଙ୍ଗୁରିପାଲି ଅଂଚଳରେ ଦେଶୀ ଓ ବିଦେଶୀ ମଦର ବେପାର ଢେର ବଢିଯାଇଛି । ଏହି ଅଂଚଳରେ ବେପାର ଭଲ ଚାଲିଥିବାରୁ ଅନେକ ଲୋକ ଅନ୍ୟ ବେପାର ଛାଡି ମଦକୁ ବେପାର ଭାବରେ ଚଳାଇ ଆସିଛନ୍ତି । ଏହି ବେପାର ପାଇଁ କୌଣସି ସ୍ଥାନ, ଘର, ଚାକର, ଇଲେକ୍ଟ୍ରି ଯୋଗାଣ ବ୍ୟବହାର ହେଉ ନଥିବାରୁ ଏଥିରେ ଢେର ଲାଭ ହେଉଛି । ପଡୋଶୀ ଜିଲ୍ଲା ତଥା ଏହି ଅଂଚଳର ଉପାନ୍ତ ଏରିଆର ନାଳ ଖଣିମାନଙ୍କରେ କୁଟୀର ଶିଳ୍ପ ଭାବରେ ରନ୍ଧା ଯାଉଛି । ଏଥିରେ ମହୁଲ ଫୁଲ ସହିତ ବିଭିନ୍ନ ରାସାୟନିକ ଦ୍ରବ୍ୟ ମଧ୍ୟରେ ନିଶା ବଟିକା, ୟୁରିଆସାର ମିଶ୍ରଣ କରୁଥିବା ଆଲୋଚନା ହେଉଛି । ଏହି ଦ୍ରବ୍ୟ ଗୁଡିକ ମିଶାଇ ମଦ ପ୍ରସ୍ତୁତ କଲେ ଅଧିକ ନିଶା ହୋଇଥାଏ ବୋଲି ମଦୁଆମାନେ କହିଥାନ୍ତି । ବର୍ତ୍ତମାନ ଲୋକଙ୍କ ମଧ୍ୟରେ ନିଶା ଏପରି ବ୍ୟବହାର ହେଲାଣି ଯେ, ସାଧାରଣ ନିଶା ସେମାନଙ୍କୁ କିଛି ଜଣା ପଡୁନାହିଁ । ଏହି ବ୍ୟବସାୟରେ  ମଦୁଆଙ୍କ ପାଖରେ ପହଞ୍ଚିବା ପାଇଁ ଅନେକ ମାଧ୍ୟମ ରହିଛି । ଜଣେ ମଦ ପ୍ରସ୍ତୁତ କରିବା ବେଳେ ଏହାକୁ ଅନ୍ୟମାନେ ନେଇ ଗାଁ ଗୁଡିକରେ ଥିବା କୁଚିଆ ପାଖରେ ପହଞ୍ଚାଇ ଥାନ୍ତି । ଗାଁ ମୁଣ୍ଡରେ ନାମକୁ ମାତ୍ର ଥିବା କିରାଣା, ପାନ ଦୋକାନରେ ଏହା ଭରପୁର ଭାବରେ ମିଳିଥାଏ । ପାନ ଦୋକାନରେ ବିକ୍ରୀ ହେଲେ ମଧ୍ୟ ମଦଗୁଡିକ ଉକ୍ତ ଦୋକାନରେ ନ ରହି ଦୋକାନ ପାଖରେ ଥିବା ପଛପଟ ପାଳଗଦା, ଘାସ ବୁଦା, ଛୋଟ ଗାଡିଆମାନଙ୍କରେ ରଖା ଯାଇଥାଏ । ଗ୍ରାହକ ପହଞ୍ଚିଲେ ସେଠାରୁ ଆଣି ଦିଆଯାଇ ଥାଏ । ଆଉ କେତେକ ବେପାରୀ  ଭ୍ରାମ୍ୟମାଣ ଏଜେଣ୍ଟ ରଖିଥାନ୍ତି । ସେମାନେ ବ୍ୟାଗରେ ବୁଲି ବୁଲି ଫୋନରେ ଅର୍ଡର କରାଯାଇଥିବା ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇ ଦେଇଥାନ୍ତି । ଗାଁ ମୁଣ୍ଡରେ ଥିବା ବ୍ରଏଲର ଖୁଣ୍ଟରୁ ହିଁ ସୂଚନା ମିଳେ ଯେ ଏଠାରେ ମଦ ଏବଂ କୁକୁଡାର ଅନ୍ତବୁଜୁଲା ଭଜା ମିଳେ । ଗୋଟିଏ ଲିଟର ଦେଶୀ ମଦର ଦାମ ଶହେଟଙ୍କାରେ ଖୁଚୁରା ବ୍ୟବସାୟୀ କିଣିବା ପରେ ସେ ସେଥିରେ ପୁଣି ପାଣି ମିଶାଇ ଦେଇ ବିକ୍ରୀ କରୁଥିବାରୁ ଲାଭ ଆହୁରି ହୋଇଥାଏ । ଏହିପରି ଭାବରେ ଦେଶୀ ମଦର ବେପାର ଚାଲିଥିବା ବେଳେ ବିଦେଶୀ ମଦ ବେପାର ମଧ୍ୟ ପଛରେପଡି ନାହିଁ ।   ବିଦେଶୀ ମଦ ଦୋକାନରୁ ଗାଁ ମାନଙ୍କରେ ପେଟି ଆକାରରେ ମଦ ପହଞ୍ଚି ଯାଉଛି । ବ୍ଲକର ବଡ ଗାଁ , ଛକ ଗୁଡିକରେ ବିୟରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ବିଦେଶୀ ମଦ ଅନାୟସରେ ପହଞ୍ଚି ଯାଉଛି । ଗରୀବ ତଥା ମଜରିଆ ଶ୍ରେଣୀର ଲୋକେ ଦେଶୀ ପାଉଚ ନେଉଥିବା ବେଳେ ଧନୀ ଏବଂ ଶିକ୍ଷିତ ଗୋଷ୍ଠିର ଲୋକେ ବିଦେଶୀ ବ୍ରାଣ୍ଡ  କିଣିଥାନ୍ତି । ବିଦେଶୀ ମଦ ବାହାରେ ବିକ୍ରି ହେବାର ନିୟମ ନ ଥିଲେ ମଧ୍ୟ  ପେଟି ଆକାରରେ ବାହାରକୁ ଚାଲିଯାଉଛି । ଉପାନ୍ତ ଅଂଚଳର ଲୋକେ ସହଜରେ ହାତପାହାନ୍ତରେ ପାଉଥିବାରୁ ମଦୁଆଙ୍କ ଉତ୍ପାତ ବଢିବାରେ ଲାଗିଛି । ଏତ୍‌ଦ ବ୍ୟତୀତ କୋରେକ୍ସ, ନିଶା ଇଞ୍ଜେକ୍ସନ ମଧ୍ୟ ଅନାୟାସରେ ଚାଲିଛି । ମଦୁଆମାନଙ୍କ ଉତ୍ପାତ ଯୋଗୁଁ ଗାଁ ମାନଙ୍କରେ ମହିଲାମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ମଦ ବନ୍ଦ କରିବାକୁ ଅନେକ ଗାଁର ମହିଲାମାନେ ଥାନାରେ , ଜିଲ୍ଲାପାଳ, ଅବକାରୀ ବିଭାଗ ପାଖରେ ଅଭିଯୋଗ ମଧ୍ୟ କରିଥିବା ନଜିର ରହିଛି ।  ଏତେ କାରବାର ଚାଲିଥିଲେ ମଧ୍ୟ ପୋଲିସ କେତେକ ମଦ ବେପାରୀଙ୍କୁ ଧରି ମାମଲା ଋଜୁ କରି ଗିରଫ କରିଥିଲେ ମଧ୍ୟ ସେମାନେ ପରବର୍ତ୍ତି ସମୟରେ  ବାହାରି ପୁଣି ବେପାର ଚଳାଇଛନ୍ତି । ଅବକାରୀ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ।  ଚୋରା ବେପାରୀମାନଙ୍କୁ ଡରି ସାଧାରଣ ଲୋକେ ଅଭିଯୋଗ ମଧ୍ୟ କରିପାରୁ ନାହାନ୍ତି ।  ବେପାରୀମାନେ ଅବକାରୀ ବିଭାଗକୁ ମାସିକିଆ ଚାନ୍ଦା ଦେଉଥିବାରୁ ତାଙ୍କ ଉପରେ କିଛି ପଦକ୍ଷେପ ହେଉନଥିବା ସାଧାରଣରେ ଆଲୋଚନା ହେଉଛି ।  ଏ ସଂପର୍କରେ ବିନିକା ଅବକାରୀ ସବ୍‌-ଇନ୍ସପେକ୍ଟର ଗୋବର୍ଦ୍ଧନ ରଣାଙ୍କୁ ପଚାରିବାରୁ ସେ ନୁଆ ହୋଇ ଆସିଛନ୍ତି ଏବଂ ମାସିକିଆ ଚାନ୍ଦାକୁ ଅସ୍ୱୀକାର କରିଥିବା ବେଳେ କର୍ମଚାରୀ ଏବଂ ଗାଡି ଅଭାବରୁ  ଚଢାଉ କିମ୍ବା ପେଟ୍ରୋଲିଂ କରାଯାଇ ପାରୁନଥିବା ପ୍ରକାଶ କରିଥିଲେ । ଜିଲ୍ଲା ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କାଙ୍କୁ ଫୋନ ଯୋଗେ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ବ୍ୟସ୍ତ ଥିବାରୁ ତାଙ୍କର ପ୍ରତିକ୍ରୀୟା ମିଳିପାରି ନଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like