-+91-9937148622 |
prerana_bgr@rediffmail.com |
Tuesday 12th May 2026 |
R.N.I. Regd No. ODIODI/2010/46693
Breaking News
18-Apr-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁ: ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ଜନତା ଦଳ ର ପୂର୍ବତନ ସଚେତକ ବିବେକାନନ୍ଦ ମେହେରଙ୍କ ପରଲୋକ ଘଟିଛି। ସୂଚନା ଅନୁଯାୟୀ ଶ୍ରୀ ମେହେର କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ବରକୁ ଚିକିତ୍ସା ପାଇଁ ଯାଉଥିବା ବେଳେ ଚାରିଛକ ନିକଟରେ ତାଙ୍କ ମୃତ୍ୟୁ ହୋଇଥିଲା ।
ଶ୍ରୀ ମେହେର ପୁର୍ବ ରୁ ଦୁଇ ଥର ବିଧାୟକ ହୋଇଥିବା ବେଳେ ବିଜୁ ବାବୁ ଙ୍କ ସମୟ ରେ ସେ ଜନତା ଦଳର ସଚେତକ ଥିଲେ । ସେ ପାଟଣାଗଡ ଅଞ୍ଚଳର ବହୁ ଲୋକାଭିମୁଖୀ କାମ କରିଯାଇଛନ୍ତି । ବିଜୁ ବାବୁ ଙ୍କ ବହୁ ଆଦରଣୀୟ ବ୍ୟକ୍ତି ଥିଲେ । ସେ ଅଞ୍ଚଳ ର ଟାଣୁଆ ନେତା ଭାବେ ପରିଚିତ ଥିଲେ । ଚାଷୀ ମାନଙ୍କ ସମସ୍ୟାକୁ ବେଶ୍ ବୁଝିପାରୁଥିଲେ ଏବଂ ଲଢେଇ କରୁଥିଲେ । ତାଙ୍କର ଏହି ବିୟୋଗରେ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।