-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
13-Apr-2021
କଳାହାଣ୍ଡି(ପ୍ରେରଣା ଖବର) : ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକ ବହିଷ୍କୃତ । ଜାଲ୍ ସାର୍ଟିଫିକେଟ୍ ବଳରେ ଜିଲ୍ଲାର ବିଭିନ୍ନ ସରକାରୀ ସ୍କୁଲରେ ନିୟୋଜିତ ରହିଥିବା ୨୫ ଜଣ ଅସ୍ଥାୟୀ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି । ପିଇଆଇ ସାର୍ଟିଫିକେଟ୍ ଯାଞ୍ଚରେ ଜାଲିଆତି ଘଟଣା ଜଣାପଡିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବହିଷ୍କୃତ ଶିକ୍ଷକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।