-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
13-Apr-2021
ବ୍ରହ୍ମପୁର(ପ୍ରେରଣା ଖବର) :: ରାଜ୍ୟରେ ହୁ ହୁ ହୋଇ ବଢିଲାନି ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ହଜାରେ ଉପରେ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଗଞ୍ଜାମ ଜିଲ୍ଲାରେ କରୋନାକୁ ଦୃଷ୍ଟିରେ ରଖି ପୁଣି ଗାଇଡ୍ ଲାଇନ୍ ଜାରି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆସନ୍ତା ୧୪ ତାରିଖରୁ ୨୧ ତାରିଖ ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନ, ପର୍ଯ୍ୟଟନସ୍ଥଳୀ, ବ୍ରହ୍ମପୁର ରାମଲିଙ୍ଗେଶ୍ବର ପାର୍କ, ଗୋପାଳପୁର, ସୁନାପୁର ବେଳାଭୂମି, ଜିଲ୍ଲାର ସମସ୍ତ ପାର୍କ ବନ୍ଦ ରହିବ ।
ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ପାଳନ କରିବାକୁ ମନା କରାଯାଇଛି । ପୁଣି ଥରେ ସରପଞ୍ଚଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲାପାଳ । ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।