-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
13-Apr-2021
ଅନୁଗୁଳ (ପ୍ରେରଣା ଖବର): ସ୍କୁଟିକୁ ପିଟିଲା ଜେସିବି । ଅନୁଗୁଳ କୁକୁଡାଙ୍ଗ ବ୍ରିଜ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ମା ଓ ଝିଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ମାଓ ସଞ୍ଜୁଲତା ଓ ଝିଅ ସ୍ନେହଲତା ସ୍କୁଟି ଯୋଗେ କୌଣସି କାମରେ ଯାଉଥିଲେ । ଅନୁଗୁଳ କୁକୁଡ଼ାଙ୍ଗ ବ୍ରିଜ ନିକଟରେ ସ୍କୁଟିକୁ ଧକ୍କା ଦେଇଥିଲା ଜେସିବି ଗାଡି । ଯାହାଫଳରେ ମାଆ ଓ ଝିଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ମାଆ ସଞ୍ଜୁଲତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼଼ ମେଡିକାଲକୁ ସ୍ଥାନାନ୍ତିରତ କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।