-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
13-Apr-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ବନବିଭାଗ କାର୍ଯ୍ୟାଳୟ ନିକଟରେ ଥିବା ମାଉଲିମାଲ ଜଙ୍ଗଲରେ ଲାଗିଥିବା ନିଆଁକୁ ଦମକଲ ବାହିନୀ ତରଫରୁ ଆୟତ କରାଯାଇଥିଲା । ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ମାଉଲିମାଲ ଜଙ୍ଗଲରେ କେହି ଜଣେ ଦୁର୍ବୁତ ନିଆଁ ଲଗାଇ ଦେଇଥିଲା । ସେହି ନିଆଁ ଗାଁ ମୁହାଁ ହେଉଥିଲା । ଖବର ପାଇ ଦମକଲ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ଫଳରେ ଗାଁ ତଥା ବହୁ ମୁଲ୍ୟବାନ ଗଛ ବର୍ତୀ ଯାଇଥିଲା ।