ସୁବର୍ଣପୁର, ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ଭାରତ ମାନଚିତ୍ରରେ ଏକ ପଛୁଆ ଜିଲ୍ଲା ଭାବରେ ପରିଚିତ । ଭାରତ ପ୍ରସିଦ୍ଧ କେ.ବି.କେ ର ପ୍ରମୁଖ ଅଂଶୀଦାର । ଏହି ଜିଲ୍ଲାର ଇତିହାସ ଯେମିତି ପୁରୁଣା, ତାର ଐତିହ୍ୟ ମଧ୍ୟ ଉଚ୍ଚକୋଟୀର । ଏହାର ପରମ୍ପରା, ଐତିହ୍ୟ  ଆଜି ମଧ୍ୟ ବଞ୍ଚି ରହିଛି ଲୋକଙ୍କ ଭିତରେ । ଏହାର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଛନ୍ତି ଏହି ସୁବର୍ଣ୍ଣପୁର ଜିଲ୍ଲାର ସୁଯୋଗ୍ୟ ସନ୍ତାନ ମାନେ । ଏହି ସୁବର୍ଣ୍ଣପୁର ଜିଲ୍ଲାରୁ ବାହାରି ଏହି ଜିଲ୍ଲା ପାଇଁ ଗୋୖରବ ଆଣିଥିବା ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ପଦ୍ମଶ୍ରୀ ଡ଼ଃ ନୀଳମାଧବ ପଣ୍ଡା ।

*ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ମାଁ ମେଟାକାନୀ ଏବଂ ପାତାଳୀ ଶ୍ରୀକ୍ଷେତ୍ର ପାଇଁ ପ୍ରସିଦ୍ଧ । ଏହି ଉଲୁଣ୍ଡା ବ୍ଲକରେ ମହାନଦୀ କୂଳରେ ରହିଛି ଏକ ଛୋଟ ଗ୍ରାମ ଦଶରାଜପୁର, ଏକ ଗରୀବ ତଥା ଅବହେଳିତ ଗ୍ରାମ ଭାବରେ ଜଣା ଥିଲା । ପାଞ୍ଚ ଭାଇ ଭଉଣୀ ମଧ୍ୟରେ ସବା ସାନ । ଗରିବ ପରିବାରରେ ଜନ୍ମ ଗ୍ରହଣ କରି ଛୋଟ ଦିନରୁ ଆରମ୍ଭ କରିଥିଲେ ସଂଗ୍ରାମ । ନିଜର ବାଲ୍ୟକାଳ ତଥା କିଶୋର ଅବସ୍ଥା କଟିଯାଇଥିଲା ଗୋଟିଏ ବେଳାର ଖାଇବା ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସଂଘର୍ଷ କରିବାରେ* ।

*ବିନା କୋଠାବାଡିର ଗାଁ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପାସ କରିବା ପରେ ଦୈନିକ ଚାରି କିଲୋମିଟର ଦୂର ବାଟ ଚାଲି ବିଦ୍ୟାଳୟ ଯାଉଥିଲେ । ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ତାଙ୍କୁ ଚାଲିବାକୁ ପଡ଼ୁଥିଲା ଦଶ କିଲୋମିଟର ବାଟ । ୧୯୯୫ ମସିହାର ସମୟ, ସ୍ନାତକରେ ହୋଇଥିଲେ ଅକୃତକାର୍ଯ୍ୟ । ପକେଟ ଥିଲା ଖାଲି କିନ୍ତୁ ମନରେ ଥିଲା କୋଟିଏ ଟଙ୍କାର ଦୃଢ଼ ମନୋବଳ ଏବଂ ଇଛାଶକ୍ତି । ସେଠାରେ ବିଭିନ୍ନ ସମୟରେ ଛୋଟମୋଟ କାମ କରି ପେଟ ପୋଷୁଥିଲେ । ଏପରି ଏକ ଘଡ଼ିସନ୍ଧି ମୁହୁର୍ତ୍ତ ରେ ତାଙ୍କ ଭାଗ୍ୟ ନେଇ ପହଞ୍ଚାଇଥିଲା ଏବଂ ସେ ପାଇଥିଲେ କାମ କ୍ୟାମେରା ସହାୟକର* ।

*ଏହିଠୁ ପରିବର୍ତ୍ତନ ହୁଏ ଭାଗ୍ୟର , ପାଲଟି ଯାଆନ୍ତି ନୀଳମାଧବ ପଣ୍ଡା ରୁ ପଦ୍ମଶ୍ରୀ ଡ଼ଃ ନୀଳମାଧବ ପଣ୍ଡା । ଧିରେ ଧିରେ ଶିଖିଥିଲେ ସିନେମା ନିର୍ଦ୍ଦେଶନା ତଥା କ୍ୟାମେରା ପରିଚାଳନା । ଇତିମଧ୍ୟରେ ଭାରତୀୟ ପରିଚାଳନା ପ୍ରତିଷ୍ଠାନ ବାଙ୍ଗାଲୋରରୁ ପଢ଼ିଥିଲେ ଉଦ୍ୟୋଗ । ପାଦ ଥାପିଥିଲେ ନିର୍ଦ୍ଦେଶନା ଏବଂ ପ୍ରଯୋଜନା କ୍ଷେତ୍ରରେ । ୭୦ରୁ ଅଧିକ ଚଳଚ୍ଚିତ୍ର ତଥା କ୍ଷୁଦ୍ର ଚଳଚ୍ଚିତ୍ର ରେ ସେ ହେଉଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ । ଜଳପରୀ,କ୍ଲାଇମେଟ୍ସ ଫାଷ୍ଟ ଅର୍ଫାନ୍,ଆଇ ଏମ୍ କାଲାମ୍,ଜଲପରୀ,କଡ଼ବି ହଓ୍ବା ଇତ୍ୟାଦି ତାଙ୍କର ଗୋଟିଏ ଗୋଟିଏ ବିଶେଷ କୃତି ।*

*ଆଇ ଏମ୍ କାଲାମ୍ ସିନେମା ପାଇଥିଲା ୩୪ ଗୋଟି ଆନ୍ତର୍ଜାତୀୟ ସମ୍ମାନ,ଜଳପରୀ ମଧ୍ୟ ଅନେକ ସ୍ଥାନରେ ସମ୍ମାନିତ ହୋଇଛି । ତାଙ୍କର ଅନେକ ଚଳଚ୍ଚିତ୍ର ତଥା ପ୍ରାମାଣିକ ଚଳଚ୍ଚିତ୍ର ଆନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଅନେକ ସ୍ଥାନରୁ ସେ ହୋଇଛନ୍ତି ସମ୍ମାନିତ । ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର "ପଦ୍ମଶ୍ରୀ" ରେ ହୋଇଛନ୍ତି ସମ୍ମାନିତ ୨୦୧୬ ମସିହାରେ । ସମ୍ମାନଜନକ "ଡ଼କ୍ଟରେଟ୍" ଉପାଧି ପାଇଛନ୍ତି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ । ଜାତିସଙ୍ଘରୁ ପାଇଛନ୍ତି ଭିଜୁଆଲ ମିଡ଼ିଆ ଫେଲୋସିପ ୨୦୦୨ ମସିହାରେ । ଓଡ଼ିଶା ଆଇକନ୍ ଏବଂ ସନ୍ ଅଫ୍ ଓଡ଼ିଶା ପୁରସ୍କାର ଲାଭ କରିଛନ୍ତି ଯଥାକ୍ରମେ ୨୦୧୧ ଓ ୨୦୧୨ ମସିହାରେ । ଏହାଛଡ଼ା ଭାରତ ଗୈାରବ ଏବଂ କର୍ମବୀର ପୁରସ୍କାରପ୍ରାପ୍ତ କରିଛନ୍ତି ଏହି ଓଡ଼ିଆ ତାରକା* ।

*ଦଶରାଜପୁର ରୁ ଦିଲ୍ଲୀ ଏବଂ ସ୍ନାତକ ଫେଲରୁ ପଦ୍ମଶ୍ରୀ ଯେ କେବଳ ଭାଗ୍ୟ ଆଣିନଥାଏ ଆଣିଥାଏ ନିଜର ଦୃଢ଼ ଇଚ୍ଛାଶକ୍ତି,ମନୋବଳ, କର୍ମଠ ତଥା ସାହସିକତା ସେ ହେଉଛନ୍ତି ଏହାର ଏକ ଜ୍ୱଳନ୍ତ ଉଦାହରଣ । ଆଜି ତାଙ୍କର ଜନ୍ମ ଦିବସ ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ,ଶୁଭେଚ୍ଛା ଏବଂ ଶୁଭକାମନା । ମାଁ ସୁରେଶ୍ଵରୀ ଙ୍କ ପାଦରେ ପ୍ରାର୍ଥନା ଏହି ପଦ୍ମଶ୍ରୀ ଙ୍କୁ ପଦ୍ମ ବିଭୂଷଣ କରି ରଖିଥାନ୍ତୁ* ।
 
    "/>

-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ମନୋରଞ୍ଜନ

ଆଜି ଜନ୍ମ ଦିନ- ପଦ୍ମଶ୍ରୀ ଡ଼ଃ ନୀଳମାଧବ ପଣ୍ଡାଙ୍କ

18-Oct-2020

ସୁବର୍ଣପୁର, ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲା ଭାରତ ମାନଚିତ୍ରରେ ଏକ ପଛୁଆ ଜିଲ୍ଲା ଭାବରେ ପରିଚିତ । ଭାରତ ପ୍ରସିଦ୍ଧ କେ.ବି.କେ ର ପ୍ରମୁଖ ଅଂଶୀଦାର । ଏହି ଜିଲ୍ଲାର ଇତିହାସ ଯେମିତି ପୁରୁଣା, ତାର ଐତିହ୍ୟ ମଧ୍ୟ ଉଚ୍ଚକୋଟୀର । ଏହାର ପରମ୍ପରା, ଐତିହ୍ୟ  ଆଜି ମଧ୍ୟ ବଞ୍ଚି ରହିଛି ଲୋକଙ୍କ ଭିତରେ । ଏହାର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡିଛନ୍ତି ଏହି ସୁବର୍ଣ୍ଣପୁର ଜିଲ୍ଲାର ସୁଯୋଗ୍ୟ ସନ୍ତାନ ମାନେ । ଏହି ସୁବର୍ଣ୍ଣପୁର ଜିଲ୍ଲାରୁ ବାହାରି ଏହି ଜିଲ୍ଲା ପାଇଁ ଗୋୖରବ ଆଣିଥିବା ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ପଦ୍ମଶ୍ରୀ ଡ଼ଃ ନୀଳମାଧବ ପଣ୍ଡା ।

*ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ ମାଁ ମେଟାକାନୀ ଏବଂ ପାତାଳୀ ଶ୍ରୀକ୍ଷେତ୍ର ପାଇଁ ପ୍ରସିଦ୍ଧ । ଏହି ଉଲୁଣ୍ଡା ବ୍ଲକରେ ମହାନଦୀ କୂଳରେ ରହିଛି ଏକ ଛୋଟ ଗ୍ରାମ ଦଶରାଜପୁର, ଏକ ଗରୀବ ତଥା ଅବହେଳିତ ଗ୍ରାମ ଭାବରେ ଜଣା ଥିଲା । ପାଞ୍ଚ ଭାଇ ଭଉଣୀ ମଧ୍ୟରେ ସବା ସାନ । ଗରିବ ପରିବାରରେ ଜନ୍ମ ଗ୍ରହଣ କରି ଛୋଟ ଦିନରୁ ଆରମ୍ଭ କରିଥିଲେ ସଂଗ୍ରାମ । ନିଜର ବାଲ୍ୟକାଳ ତଥା କିଶୋର ଅବସ୍ଥା କଟିଯାଇଥିଲା ଗୋଟିଏ ବେଳାର ଖାଇବା ତଥା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସଂଘର୍ଷ କରିବାରେ* ।

*ବିନା କୋଠାବାଡିର ଗାଁ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପାସ କରିବା ପରେ ଦୈନିକ ଚାରି କିଲୋମିଟର ଦୂର ବାଟ ଚାଲି ବିଦ୍ୟାଳୟ ଯାଉଥିଲେ । ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିବା ପାଇଁ ତାଙ୍କୁ ଚାଲିବାକୁ ପଡ଼ୁଥିଲା ଦଶ କିଲୋମିଟର ବାଟ । ୧୯୯୫ ମସିହାର ସମୟ, ସ୍ନାତକରେ ହୋଇଥିଲେ ଅକୃତକାର୍ଯ୍ୟ । ପକେଟ ଥିଲା ଖାଲି କିନ୍ତୁ ମନରେ ଥିଲା କୋଟିଏ ଟଙ୍କାର ଦୃଢ଼ ମନୋବଳ ଏବଂ ଇଛାଶକ୍ତି । ସେଠାରେ ବିଭିନ୍ନ ସମୟରେ ଛୋଟମୋଟ କାମ କରି ପେଟ ପୋଷୁଥିଲେ । ଏପରି ଏକ ଘଡ଼ିସନ୍ଧି ମୁହୁର୍ତ୍ତ ରେ ତାଙ୍କ ଭାଗ୍ୟ ନେଇ ପହଞ୍ଚାଇଥିଲା ଏବଂ ସେ ପାଇଥିଲେ କାମ କ୍ୟାମେରା ସହାୟକର* ।

*ଏହିଠୁ ପରିବର୍ତ୍ତନ ହୁଏ ଭାଗ୍ୟର , ପାଲଟି ଯାଆନ୍ତି ନୀଳମାଧବ ପଣ୍ଡା ରୁ ପଦ୍ମଶ୍ରୀ ଡ଼ଃ ନୀଳମାଧବ ପଣ୍ଡା । ଧିରେ ଧିରେ ଶିଖିଥିଲେ ସିନେମା ନିର୍ଦ୍ଦେଶନା ତଥା କ୍ୟାମେରା ପରିଚାଳନା । ଇତିମଧ୍ୟରେ ଭାରତୀୟ ପରିଚାଳନା ପ୍ରତିଷ୍ଠାନ ବାଙ୍ଗାଲୋରରୁ ପଢ଼ିଥିଲେ ଉଦ୍ୟୋଗ । ପାଦ ଥାପିଥିଲେ ନିର୍ଦ୍ଦେଶନା ଏବଂ ପ୍ରଯୋଜନା କ୍ଷେତ୍ରରେ । ୭୦ରୁ ଅଧିକ ଚଳଚ୍ଚିତ୍ର ତଥା କ୍ଷୁଦ୍ର ଚଳଚ୍ଚିତ୍ର ରେ ସେ ହେଉଛନ୍ତି ପ୍ରଯୋଜକ ତଥା ନିର୍ଦ୍ଦେଶକ । ଜଳପରୀ,କ୍ଲାଇମେଟ୍ସ ଫାଷ୍ଟ ଅର୍ଫାନ୍,ଆଇ ଏମ୍ କାଲାମ୍,ଜଲପରୀ,କଡ଼ବି ହଓ୍ବା ଇତ୍ୟାଦି ତାଙ୍କର ଗୋଟିଏ ଗୋଟିଏ ବିଶେଷ କୃତି ।*

*ଆଇ ଏମ୍ କାଲାମ୍ ସିନେମା ପାଇଥିଲା ୩୪ ଗୋଟି ଆନ୍ତର୍ଜାତୀୟ ସମ୍ମାନ,ଜଳପରୀ ମଧ୍ୟ ଅନେକ ସ୍ଥାନରେ ସମ୍ମାନିତ ହୋଇଛି । ତାଙ୍କର ଅନେକ ଚଳଚ୍ଚିତ୍ର ତଥା ପ୍ରାମାଣିକ ଚଳଚ୍ଚିତ୍ର ଆନ୍ତର୍ଜାତିକ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଛି । ଅନେକ ସ୍ଥାନରୁ ସେ ହୋଇଛନ୍ତି ସମ୍ମାନିତ । ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର "ପଦ୍ମଶ୍ରୀ" ରେ ହୋଇଛନ୍ତି ସମ୍ମାନିତ ୨୦୧୬ ମସିହାରେ । ସମ୍ମାନଜନକ "ଡ଼କ୍ଟରେଟ୍" ଉପାଧି ପାଇଛନ୍ତି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ତରଫରୁ । ଜାତିସଙ୍ଘରୁ ପାଇଛନ୍ତି ଭିଜୁଆଲ ମିଡ଼ିଆ ଫେଲୋସିପ ୨୦୦୨ ମସିହାରେ । ଓଡ଼ିଶା ଆଇକନ୍ ଏବଂ ସନ୍ ଅଫ୍ ଓଡ଼ିଶା ପୁରସ୍କାର ଲାଭ କରିଛନ୍ତି ଯଥାକ୍ରମେ ୨୦୧୧ ଓ ୨୦୧୨ ମସିହାରେ । ଏହାଛଡ଼ା ଭାରତ ଗୈାରବ ଏବଂ କର୍ମବୀର ପୁରସ୍କାରପ୍ରାପ୍ତ କରିଛନ୍ତି ଏହି ଓଡ଼ିଆ ତାରକା* ।

*ଦଶରାଜପୁର ରୁ ଦିଲ୍ଲୀ ଏବଂ ସ୍ନାତକ ଫେଲରୁ ପଦ୍ମଶ୍ରୀ ଯେ କେବଳ ଭାଗ୍ୟ ଆଣିନଥାଏ ଆଣିଥାଏ ନିଜର ଦୃଢ଼ ଇଚ୍ଛାଶକ୍ତି,ମନୋବଳ, କର୍ମଠ ତଥା ସାହସିକତା ସେ ହେଉଛନ୍ତି ଏହାର ଏକ ଜ୍ୱଳନ୍ତ ଉଦାହରଣ । ଆଜି ତାଙ୍କର ଜନ୍ମ ଦିବସ ଉପଲକ୍ଷେ ହାର୍ଦ୍ଧିକ ଅଭିନନ୍ଦନ,ଶୁଭେଚ୍ଛା ଏବଂ ଶୁଭକାମନା । ମାଁ ସୁରେଶ୍ଵରୀ ଙ୍କ ପାଦରେ ପ୍ରାର୍ଥନା ଏହି ପଦ୍ମଶ୍ରୀ ଙ୍କୁ ପଦ୍ମ ବିଭୂଷଣ କରି ରଖିଥାନ୍ତୁ* ।
 
News Comment

Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like

  ମନୋରଞ୍ଜନ  

Jj

  ମନୋରଞ୍ଜନ  

Nnm