-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2020
ବଲାଙ୍ଗୀର -(ମହେନ୍ଦ୍ର ଦର୍ଜୀ)- ତେଲ ନଦୀ କୁ ଲମ୍ଫ ଦେଇ ଆତ୍ମହତ୍ୟା କରିଥିବା ଦୁଇ ଭଉଣୀଙ୍କ ଶବ ତିନି ଦିନ ପରେ ମିଳିଲା । ପ୍ରଥମେ ସନ ଭଉଣୀ ଆଁଚଲ୍ ର ମୃତଦେହ ତରଭା ଠାରୁ ୩୦ କିଲୋମିଟର ଦୂର ସିଂହାରୀ ପଞ୍ଚାୟତ ବଡଟେଣ୍ଡା ତେଲ ନଦୀ ଘାଟରୁ ତରଭା ପୋଲିସ ଉଦ୍ଧାର କରିଥିଲା । ଠିକ୍ ତାର ଏକ ଘଣ୍ଟା ପରେ ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ଗ୍ରାମ ପଞ୍ଚାୟତ କାଉଡ଼ିଆ ତୋଳା ମହାନଦୀ ଘାଟ ନିକଟରେ ବଡ଼ ଭଉଣୀ ଅନାମୋଲ୍ ର ମୃତଦେହ ଭାସୁଥିବା ଦେଖି ଅଗ୍ନିଶ୍ରମ ବିଭାଗ ଶବ ଉଦ୍ଧାର କରିଥିଲେ । ସୋନପୁର ରେ ଆଞ୍ଚଲ୍ ର ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ଅନମୋଲ ର ଶବ ବ୍ୟବଚ୍ଛେଦ ବୌଦ୍ଧ ରେ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଶୋକାକୁଳ ପରିବେଶରେ ଗୁଡ଼ଭେଲ ଠାରେ ଦୁଇ ଭଉଣୀ ଙ୍କ ଜୁଇ ଏକାଠି ଜଳିଲା ।ହୃଦୟ ବିଦାରକ ଥିଲା ପରିବେଶ । ଦୁଇ ଭଉଣୀ ଙ୍କ ସମ୍ପର୍କୀୟ ଭାଇ ଜିତେନ୍ଦ୍ର ଓ ବିକାଶ ମୁଖାଗ୍ନି ଦେଇ ମୃତାହ କାର୍ଯ୍ୟ ସମାପନ କରିଥିଲେ ।
ଦୁଇ ଭଉଣୀ ଉଚ୍ଚ ଶିକ୍ଷିତ । ବଡ଼ ଭଉଣୀ ଅନ୍ମୋଲ୍ ବିବିଏ କରିଥିବା ବେଳେ ଅାଞ୍ଚଲ୍ ବିକମ୍ । ଉଚ୍ଚ ଶିକ୍ଷା ପାଇଁ ପ୍ରସ୍ତୁତ କରୁଥିଲେ । ରାମୋଟାର ଅଗ୍ରୱାଲ ଙ୍କ ତିନି ଝିଅ । କେଉ କାରଣରୁ ଏତେ ବଡ଼ ନିଷ୍ପତ୍ତି ନେଲେ କାରଣ ଜଣାପଡି ନାହିଁ । ସାନ ଝିଅ ଦୁଇ ବଡ଼ ଭଉଣୀ ଙ୍କୁ ଝୁରି ହେଉଛି । ଖୋଜୁଛି ଦୁଇ ବଡ଼ ଭଉଣୀ ଙ୍କୁ । ତିନି ଭଉଣୀ ହସ ଖୁସି ରେ ଥିବା ବେଳେ ଭଲ ପାଠ ମଧ୍ୟ ପଢୁଥିଲେ । ଜୀବନରେ କିଛି କରିବା ଆଗରୁ କାହିଁକି ଜୀବନ ହାରିବା ପାଇଁ ଏତେ ବଡ଼ ନିଷ୍ପତ୍ତି ନେଲେ, କାରଣ ଅସ୍ପଷ୍ଟ । ଏ ସମ୍ବନ୍ଧେ କେଶ୍ ନଂ ୬/୨୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କମସରା ଫାଣ୍ଡି ଅଧିକାରୀ ଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି ।