-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Apr-2021
ଉଲୁଣ୍ଡା. (ଗୌରଚନ୍ଦ୍ର ପରିଛା)- ଉଲୁଣ୍ଡା ବ୍ଲକ ଖୋଖୋ ବିକାଶ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜାତୀୟ ସ୍ତରର ରେଫରୀ ବଡି ଅଧ୍ୟକ୍ଷ ବିଜୟା ନନ୍ଦ ବିଶ୍ୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ବିଶେଷ କରି ପଶ୍ଚିମ ଓଡିଶାରେ ଖୋଖୋ ଖେଲର ବିକାଶ ଓ ଏ ଅଂଚଲରୁ କିଭଳି ଭାବରେ ଅଧିକ ମାତ୍ରାରେ ଖେଳାଲୀ ସୁଯୋଗ ପାଇବେ ଏବଂ ଆଗାମୀ ଦିନରେ କିପରି ଆମ ଅଂଚଲର ପ୍ରତିଭା ରାଜ୍ୟସ୍ତରରେ ଓ ଜାତୀୟ ସ୍ତରରେ ନାଁ କରିବେ ସେଥିପ୍ରତି ସମସ୍ତ ଖେଲ ଶିକ୍ଷକ ମାନେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରସ୍ତୁତ କରିବେ ଆଲୋଚନା କରାଯାଇଥିଲା । ସମ୍ମାନୀତ ଅତିଥି ଭାବରେ ରାଜ୍ୟ ସଂପାଦକ ସରୋଜ ଚନ୍ଦ୍ର ବିଶ୍ୱାଲ ମଂଚାସୀନ ହୋଇଥିଲେ । ବୈଠକରେ ବାଲାଙ୍ଗିର, ସୋନପୁର, ବରଗଡ, ବୌଦ୍ଧ, ଅନୁଗୁଲ, କଲାହାଣ୍ଡି ଆଦି ଜିଲ୍ଲା ସଭାପତି ଏବଂ ସଂପାଦକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଶତୃଘ୍ନ କର୍ମୀ ପରିଚାଲନା କରିଥିବା ବେଳେ ଅଧ୍ୟକ୍ଷ ଦୁର୍ବାଶା ପଧାନ ଧନ୍ୟବାଦ ଦେଇଥିଲେ ।