-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
18-Oct-2020
ସୁବର୍ଣ୍ଣପୁର, ୧୮/୧୦- ସୁବର୍ଣ୍ଣପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ସୁକାନ୍ତି କଲେଜ ଛକ ନିକଟରେ ପିକଅପ ଭେନ ଓ ବାଇକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣକ ହେଲେ ସେଲେଡି ଗାଁର 35 ବର୍ଷୀୟ ଲକ୍ଷ୍ମୀ ସେଠୀ ବୋଲି ଜଣାପଡିଛି । ନିଜ ଘରୁ ଏକ ବାଇକ ଯୋଗେ ଦୁଇ ଭାଇ ଓ ଭଉଣୀ ଜନମୁରା ଗାଁକୁ ଆସୁଥିଲେ ।ଜନମୁରା ସୁକାନ୍ତି କଲେଜ ଛକ ନିକଟରେ ବଲାଙ୍ଗୀର ପଟୁ ସୋନପୁର ଆସୁଥିବା ଏକ ପିକଅପ ଭେନ ବାଇକୁ ଧକ୍କା ଦେଇଥିଲା ।ଉଭୟଙ୍କୁ ଗୁରୁରତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣାଯାଇଥିଲା ।ଚକିତ୍ସାଧିନ ଅବସ୍ଥାରେ ଭଉଣୀ ଲକ୍ଷୀ ସେଠୀଙ୍କ ମୃତ୍ୟୁ ହୋଇଛି ।ଭାଇ ଶେଷଦେବ ସେଠୀ ଗୁରୁରତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି ।ପୋଲିସ ଘଟଣା ସ୍ଥାଳକୁ ଯାଇ ଅନୁସନ୍ଧାନ କରୁଛି ।