-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
02-Apr-2021
ବଲାଙ୍ଗିର (ପ୍ରେରଣା ଖବର): ଆଜି ବଲାଙ୍ଗିର ଜିଲ୍ଳାରେ ପୁଣି ତିନି ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି l ଆଜିକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ 8982 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଥିବ ବେଳେ ଜିଲ୍ଲାରେ 85 ଟି ଆକ୍ଟିଭ କେଶ୍ ରହିଛି ଏବଂ ଖୁସିର ବିଷୟ ହେଲା କରୋନା ମହାମାରୀରୁ 8856 ଜଣ ବ୍ୟକ୍ତି ସୁସ୍ଥ ହୋଇସାରିଲେଣି l ତେବେ ଆଜିର 3 ଜଣ ସଂକ୍ରମିତଙ୍କ ମଧ୍ୟରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଣ୍ଡା ବାହାଲ ଓ ତଲେନପାଲି ଗ୍ରାମ ରୁ ଜଣେ ଲେଖାଏଁ ଓ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡାରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ l