-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ପୁଣି ଯୌତୁକ ନିର୍ଯାତନା: ପ୍ରଥମ ସ୍ତ୍ରୀକୁ ଛାଡି ଦ୍ୱିତୀୟ ବିବାହ କଲେ ସ୍ଵାମୀ, ନାୟ ଅପେକ୍ଷାରେ ମହିଳା

28-Mar-2021



ବ୍ରହ୍ମପୁର(ଭଗବାନ ପାଢ଼ୀ): ସମାଜରେ  ଯୌତୁକ ପ୍ରଥା ଲୋପ ପାଇବାର ନାମ ଧରୁନଥିବା ବେଳେ ଦିନକୁ ଦିନ ଏହାର ପ୍ରକୋପ ବଢ଼ିବାରେ ଲାଗିଛି। ।  ଯୌତୁକର ଲାଳସାରେ ନିର୍ଯ୍ୟାତନାର ଶିକାର ହେଉଛନ୍ତି ନିରୀହ ମହିଳା। । ଯୌତୁକକୁ ନେଇ କେତେବେଳେ କାହାକୁ ଯୁଇରେ ଶୋଇବାକୁ ପଡୁଛି ତ କେତେବେଳେ କାହାକୁ ଘର ଛାଡ଼ିବାକୁ ପଡୁଛି ।  ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜପଲ୍ଲୀ ଗ୍ରାମରେ। । ପ୍ରଥମ ସ୍ତ୍ରୀଙ୍କୁ ଛାଡି ଆଉ ଜଣେ ଝିଅକୁ ବିବାହ କରିଥିବା  ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ବେଗୁନିଆପଡ଼ା ବ୍ଲକ ବଡ଼ ଖାଇରଖମା ପଞ୍ଚାୟତର ଶ୍ରଦ୍ଧାପୁର ନୂଆ ସାହିର ଶତ୍ରୁଘନ ସାହୁଙ୍କ ଝିଅ ନୟନି ପ୍ରଧାନ  । ୨୦୧୪ ଫେବୃଆରୀ ମାସ ୨୬ ତାରିଖରେରେ ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗ୍ରାମର ଯୋଗେନ୍ଦ୍ର  ପ୍ରଧାନଙ୍କ ପୁଅ ସଞ୍ଜୟ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ନୟନା । ବାହାଘର ବେଳେ ବାପଘର ପକ୍ଷରୁ ଯୌତୁକ ବାବଦରେ ଗାଡି, ସୁନା, ଟିଭି ଭଳି ଅନେକ ବ୍ୟବହାରିକ ଜିନିଷ ମଧ୍ୟ ଦିଆଯାଇଥିଲା । କିନ୍ତୁ ବାହାଘରର ଦେଢ଼ ମାସ ପରେ ଶ୍ୱଶୁର ଘର ଲୋକେ ଅଧିକ ଯୌତୁକ ଦାବି କରି ଝିଅ ନୟନାଙ୍କୁ ବାପା ଘରେ ଛାଡି ଦେଇ ଯାଇଥିବା ନୟନାଙ୍କ ସହ ତାଙ୍କ ବାପା ଓ ମାଆ ଅଭିଯୋଗ କରିଛନ୍ତି । ପରିସ୍ଥିତିଏପରି ହେଲା ଯେ ନୟନାକୁ ଶାଶୁ ଘର ଲୋକ ଫେରାଇ ନେବା ବଦଳରେ ଯୌତୁକ ନ ଦେଇ ପଠାଇଲେ ମାରିଦେବାର ମଧ୍ୟ ଧମକ ଦେଇଥିଲେ । ଏ ନେଇ ବାପା ଶତ୍ରୁଘ୍ନ ନିଜ କୁଳ ସମାଜକୁ ଲିଖିତ ଦରଖାସ୍ତ କରି ସମାଧାନ କରିବାକୁ ଅନୁରୋଧ କରିଥିଲେ।ଏପରିକି କୁଳର ନିୟମ ମଧ୍ୟ ସଞ୍ଜୟ ଓ ତାଙ୍କ ପରିବାର ମାନି ନଥିଲେ। ଫଳସ୍ୱରୂପ ନୟନl  ୨୦୧୮ ମସିହା ଜୁଲାଇ ମାସରେ ଖଲ୍ଲିକୋଟ ଥାନାରେ ଏତଲା ଦେଇଥିଲେ ବି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଏହା ପରେପରେ ପୁଣି ଖଲ୍ଲିକୋଟ ଥାନାରେ ଜାନୁୟାରୀ ୨୦୧୯ ରେ ନୟନି ଆଉ ଏକ ଲିଖିତ ଏତଲା ଦେବା ପରେ ପୋଲିସ ନୟାନିଙ୍କ ଶାଶୁ ଶ୍ୱଶୁର, ନଣନ୍ଦ ଓ ଦିଅରଙ୍କ ଉପରେ ମାମଲା ରୁଜ୍ଜୁ କରିଥିଲା।  ପରେ ସଞ୍ଜୟ ଦ୍ୱିତୀୟ ବିବାହ କରିଥିବା ଜଣା ପଡିବା ପରେ,  ବାପଘର ପକ୍ଷରୁ ଖଲ୍ଲିକୋଟ ଥାନାରେ  ଆଉ ଏକ ମାମଲା ୧୮/୨/୨୦୨୦ରେ ରୁଜୁ କରିବା ସହ ଖଲ୍ଲିକୋଟ କୋର୍ଟରେ ମଧ୍ୟ କେସ କରିଛନ୍ତି l ଖାଲି ସେତିକି ନୁହେଁ ନୟାନି ଅସହାୟ ହୋଇ ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଏହାର ବିଚାର ପାଇଁ ସଂଜୟଙ୍କୁ ତିନୋଟି ନୋଟିସ ଆସିଥିଲେ ବି ସଞ୍ଜୟ ହାଜର ହୋଇନାହାନ୍ତି ବୋଲି ଜଣାପଡିଛି । ଅପରପକ୍ଷେ ନୟନାର ଗୋଟେ ଛୋଟ ଝିଅ ଥିବା ବେଳେ ତାଙ୍କର ଆଉ ତାଙ୍କ ଝିଅର ଥଇଥାନ ଓ ଭରଣ ପୋଷଣ ଦାବି କରିଛନ୍ତି ନୟନା ଆଉ ତାଙ୍କ ବାପା ଓ ମାଆ । ଗୋଟିଏ ପଟେ ମାମଲା ବିଚାରଧିନ ଥିବାବେଳେ ଅନ୍ୟପଟେ ନ୍ୟାୟ ପାଇଁ ଅନୁରୋଧ କରିଛନ୍ତି ନୟନାଙ୍କ ପରିବାର ଲୋକ । ପୋଲିସ ଓ ମହିଳା କମିଶନ ଉପରେ ଭରସା କରି ନିରାଶ ହେବା ପରେ ବର୍ତମାନ ନୟାନି ମାନ୍ୟବର କୋର୍ଟଙ୍କ ଆଶ୍ରୟ ନେଇଥିବା ଜଣାପଡିଛି।ସେପଟେ ଘରର ବଡ ଝିଅର ଏପରି ଦୁଃଖ ଦେଖି ବାପା ଶତ୍ରୁଘ୍ନ ଓ ମା ସୁଭଦ୍ରା ପାଗଳ ଭଳି କାନ୍ଦୁଛନ୍ତି। ଅପର ପକ୍ଷରେ ନୟାନି ଓ ଝିଅ ଅଚିସ୍ମିତାର ଭରଣ ପୋଷଣ ପାଇଁ ସଞ୍ଜୟଙ୍କୁ ନିର୍ଦେଶ ଦେବା ପାଇଁ ସେ ପୋଲିସ, ମହିଳା କମିଶନ ଓ ମାନ୍ୟବର କୋର୍ଟର ଆଶ୍ରୟ ନେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like