-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||      *ସାହାଣୀ କପ୍ ଫୁଟବଲ୍    (29-Sep-2026)       ||      ଆଙ୍ଗନ କା ଉତ୍ସବ ପାଳିତ    (29-Sep-2026)       ||      ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ    (29-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   (29-Sep-2026)       ||      *ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   (29-Sep-2026)       ||      ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   (29-Sep-2026)       ||      *ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   (29-Sep-2026)       ||      ଜୟ ଜଗନ୍ନାଥ ଫୂଟବଲ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ    (29-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର   (28-Sep-2026)       ||      କଣ୍ଟାମାଳ ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ୱିତୀୟ ମାତୃ ସମ୍ମିଳନୀ ଅନୁଷ୍ଠିତ   (28-Sep-2026)       ||      ଯୁବଗୋଷ୍ଠୀଙ୍କ ପ୍ରୟାସରେ ଲୋକସଂସ୍କୃତିର ବିକାଶ ସମ୍ଭବ ଶିକେରପାଟ୍ ୟୁଥ୍ କ୍ଳବ ପକ୍ଷରୁ ନୂଆଁଖାଇ ଭେଟଘାଟ୍–୨୦୨୬   (28-Sep-2026)       ||      ଆଜାଦ ଫୁଟବଲ ଏସୋସିଏସନ ଆନୁକୂଲ୍ୟରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ   (28-Sep-2026)       ||      ଅଳକା ଜେନାଙ୍କ ସ୍ମୃତିରେ ମେଧାବୀ ଛାତ୍ରୀଙ୍କୁ ସମ୍ମାନ "ସ୍ମୃତିରେ ଶିକ୍ଷାର ଆଲୋକ,ସଫଳତାରେ ଛାତ୍ରୀଙ୍କୁ ପ୍ରେରଣା"   (28-Sep-2026)       ||      ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||     

HOME   ଜିଲ୍ଲା

ସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟ ବ୍ୟବସାୟ, ଉପଡାକ୍ତରଖାନାରେ ପ୍ରସୂତୀ ମହିଳାଙ୍କୁ ଚିକିତ୍ସା ନକରି ନର୍ସିଂହୋମ ପଠେଇଲେ, ଅର୍ଥ ଅଭାବରୁ ସ୍ତ୍ରୀ ଙ୍କ ମଙ୍ଗଳସୁତ୍ର ବିକ୍ରି କରି ନର୍ସିଂହୋମ ନେଲେ ସ୍ଵାମୀ

28-Mar-2021



ବାଙ୍ଗୀର(ପ୍ରେରଣା ଖବର): ସରକାର ଜନନୀ ଶିଶୁ ସୁରକ୍ଷା ଯୋଜନା ଜରିଆରେ ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା ଅନୁଯାୟୀ କୋଟିକୋଟି ଟଙ୍କାର ବ୍ୟୟବରାଦ କରିଚାଲିଥିବା ଯୋଗୁଁ ମାତୃ, ଶିଶୁ ମୃତ୍ୟୁ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇ ପାରିଛି । ଏହି ଯୋଜନା ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ମାଗଣାରେ ପ୍ରଦାନ ବ୍ୟବସ୍ଥା କରାଯାଇଛି l ଆଦିବାସୀ ଅଧ୍ୟୁଷିତ ତଥା ଦାଦନ ପ୍ରବଣ ଅଞ୍ଚଳରେ ଲୋକଙ୍କ ସରଳତାର ସୁଯୋଗ ନେଇ କିଛି ଅସାଧୁ ସରକାରୀ କର୍ମକର୍ତ୍ତା ଓ ନିଜେ ଡାକ୍ତର ଅର୍ଥ ଲୋଭରେ ନାନା ଆଳରେ ଖୋଲାଖୋଲି ପ୍ରସୂତୀ ମହିଳାଙ୍କୁ ପ୍ରସବ ସମୟରେ ନିଜେ ନିର୍ଦ୍ଦିଷ୍ଟ ନର୍ସିଂ ହୋମ ଯିବାକୁ  ବାଧ୍ୟ କରିବା ସହ ଅସ୍ତ୍ରୋଚାର କରି ବେଶ୍ ମାଲାମାଲ ହେବା ଓ ଗର୍ଭବତୀ ମହିଳାଙ୍କ ପରିବାର ସର୍ବସ୍ବାନ୍ତ ହେଉଥିବା ଦେଖାଯାଉଛି। ବିଗତ ଦିନରେ ସରକାରୀ ଡାକ୍ତରଖାନା ଟିଟିଲାଗଡ ରେ ତୃଟିପୂର୍ଣ୍ଣ ଇଞ୍ଜେକ୍ସନ ଦେବା ଓ ଶିଶୁ ମୃତ୍ୟୁ, ଜିଲ୍ଲାର ଦେଓଗାଁ ,ତୁଷୁରା  ଅଞ୍ଚଳରେ ନର୍ସ ପ୍ରସବ କରେଇବା ଓ ମହିଳାଙ୍କ ମୃତ୍ୟୁ ପରି ଘଟଣା କ୍ରମାଗତ ଭାବେ ଦେଖା ଯାଉଛି । ସେହିପରି ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଅଭାବ ନେଇ ଉତେଜନା ଲାଗି ରହିଛି । ହେଲେ ଉକ୍ତ ଗୁରୁତର ଘଟଣା ତଦନ୍ତ ନିର୍ଦ୍ଦେଶ ସତ୍ତ୍ୱେ ତଦନ୍ତ ପ୍ରକ୍ରିୟା ଜାରି ଅଛି କହି ବିଭାଗୀୟ ଅଧିକାରୀ ଦିନ ଗଡେଇବା ଦେଖାଯାଉଛି । ସେହିପରି ଜିଲ୍ଲାର ସିନ୍ଧେକେଲା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିନ୍ଧେକେଲା ଥାନା ଅନ୍ତର୍ଗତ ପେନଡ୍ରିପାଏନ ଗ୍ରାମ ର ଜାଜ୍ଞସେନି ନଂ(୨୫) ନାମ୍ନୀ 

 ଜଣେ ପ୍ରସୂତୀ ମହିଳାଙ୍କୁ ସିନ୍ଧେକେଲା ଡାକ୍ତର ନିଜେ ଟିଟିଲାଗଡର ଏକ ଘରୋଇ ନର୍ସିଂହୋମକୁ ନେଇ ଯାଅ ବୋଲି କହିଥିଲେ । ହେଲେ ପରିବାର ଲୋକେ ସିନ୍ଧେକେଲାରୁ ଟିଟିଲାଗଡ ଗାଡି ଭଡ଼ା କରିଯିବାକୁ ଓ ଘରୋଇ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବା କହିଥିଲେ । ବିନା ଅସ୍ତ୍ରୋପଚାରରେ ସାଧାରଣ ଭାବେ ଶିଶୁ ଜନ୍ମ ହେବ ବୋଲି ଉକ୍ତ ଡାକ୍ତରଖାନା ଅନ୍ୟ କର୍ମଚାରୀ ଓ ଡାକ୍ତର କଥା ହେଉଥିବା ମହିଳାଙ୍କ ପରିବାର ଲୋକେ ଶୁଣିଥିଲେ । ପରେ ଡାକ୍ତର ବିଭିନ୍ନ ଆଳ 

ଦେଖେଇ ତୁରନ୍ତ ନର୍ସିଂ ହୋମ ନିଅ କହିଥିଲେ । ଉକ୍ତ ଡାକ୍ତର ଖାନା ରୁ ଟିଟିଲାଗଡ ଆମ୍ବୁଲାନ୍ସ ରେ ମାଗଣାରେ ଯାଅ ଓ ଟଙ୍କା ବ୍ୟବସ୍ଥା କର କହିବାରୁ ଅନ୍ୟ  ଉପାୟ ନ ପାଇ ଟିଟିଲାଗଡ ଡାକ୍ତରଖାନାରେ ପହଞ୍ଚିଥିଲେ । ହେଲେ ରାତି ୧ ରେ ତମେ କାହିଁକି ଆସିଲ ଆଉ ଏମିତି କେଶ ଆମେ ରଖିବୁନି  କହି ଉକ୍ତ ଆଶା କର୍ମୀ  ଯନ୍ତ୍ରଣାରେ ଛଟପଟ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନାରୁ ଚାଲିଯିବାକୁ ବାଧ୍ୟ କରିଥିଲେ । ଶେଷରେ ବାଧ୍ୟ ହୋଇ ଟିଟିଲାଗଡ ଜୀବନ ଜ୍ୟୋତି ନର୍ସିଂ ହୋମରେ ନେଇ ଭର୍ତ୍ତି କରିବାକୁ ବାଧ୍ୟ ହୋଇଥିଲେ । ଉକ୍ତ ସିନ୍ଧେକେଲା ର ଡାକ୍ତର ସେ ନିଜେ ଆସି ଉକ୍ତ ନର୍ସିଂହୋମ ରେ ଅସ୍ତ୍ରୋପଚାର କରିଥିବା ବେଳେ ଏକ ଶିଶୁକନ୍ୟା ଜନ୍ମ ହୋଇଛି । ବର୍ତ୍ତମାନ ୨୫,୦୦୦ ଟଙ୍କା ଜମା କର ବୋଲି ନର୍ସିଂ ହୋମ କର୍ତ୍ତୃପକ୍ଷ କହୁଥିବା ବେଳେ ପରିବାର ଲୋକେ ତାଙ୍କର ଏକ ଜମି ବିକ୍ରି କରି ଟଙ୍କା ପରିଶୋଧ କରିବେ ବୋଲି କହିଛନ୍ତି । ସେହିପରି ଗତ ଗୁରୁବାର ରାତି ୨ ଟା ରେ ଡାକ୍ତରଖାନା ନିକଟରେ ପ୍ରସୂତି ମହିଳା ଙ୍କ ସୁନା ମଙ୍ଗଳସୁତ୍ର ବାଧ୍ୟ ହୋଇ  ବିକ୍ରି କରି ଉକ୍ତ ଟଙ୍କା ଦେଇ ନର୍ସିଂହୋମ ରେ ଭର୍ତ୍ତି କରିଥିବା କାନ୍ଦି,କାନ୍ଦି ପ୍ରକାଶ କରିଛନ୍ତି । ଉକ୍ତ ଆଶା ଙ୍କ ସହ ଗୁରୁତର ଭାବେ ଆସିଥିବା ପ୍ରସୂତି ଙ୍କ ପ୍ରତି ଦାଇତ୍ୱ ରେ ଥିବା ମହିଳା ଡାକ୍ତର ଙ୍କ ଏପରି ବ୍ୟବହାର କେତେ ଯୁକ୍ତିଯୁକ୍ତ ସେ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଜନସେବା ସଙ୍ଘ ଲିଖିତ ଭାବେ ଅଭିଯୋଗ କରିଥିବା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ ଇତି ମଧ୍ୟରେ ଜଣେ ଅତ୍ୟନ୍ତ ଗରିବ ବ୍ୟକ୍ତି ଙ୍କୁ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରି କରି ନ ରଖିବା ଓ ଅନ୍ୟତ୍ର ସ୍ଥାନାନ୍ତର କରିବା ଟିଟିଲାଗଡ ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ  ତୀଵ୍ର ବିରୋଧ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଆସୁଥିବା ରୋଗୀ ଙ୍କୁ ଭର୍ତ୍ତି ବଦଳରେ ଅନ୍ୟତ୍ର ସ୍ଥାନାନ୍ତର କରି ଦାଇତ୍ୱ ସମ୍ପନ୍ନ କରା ଯାଉଥିବା ନେଇ ଜନ ଅସନ୍ତୋଷ ଜିଲ୍ଲାରେ ଦିନକୁ ଦିନ ଉଗ୍ରରୂପ ନେଉଛି । ଏହି ପ୍ରସୂତି ମହିଳା ଙ୍କୁ ନା,ନା ଆଳରେ ଭୟଭୀତ କରି ଘରୋଇ ନର୍ସିଂହୋମ  କୁ ପଠେଇ ସାର୍ବସ୍ୱ।ନ୍ତ କରୁଥିବା ଏହି ଅସାଧୁ କାର୍ଯ୍ୟକାର୍ତ୍ତ ଓ କିଛି ନିର୍ଦ୍ଦିଷ୍ଟ ଦଲାଲ ଙ୍କ ପ୍ରତି ସ୍ୱତନ୍ତ୍ର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ହେବା ସହ ଏହି ପ୍ରସୂତି ମହିଳା ଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରେରଣ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   29-Sep-2026
  ଜିଲ୍ଲା  
କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ   29-Sep-2026
  ଜିଲ୍ଲା  
କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ   29-Sep-2026
  ଜିଲ୍ଲା  
ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍   29-Sep-2026
  ଜିଲ୍ଲା  
ଆଙ୍ଗନ କା ଉତ୍ସବ ପାଳିତ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗନାୱାର୍ଡ କେନ୍ଦ୍ର ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଫୁଲମୁଠି ଅଙ୍ଗୱାର୍ଡ ରେ ଆଙ୍କନ କା ଉତ୍ସବ   29-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଚତୁର୍ଥ ଦିନରେ ପିତୃପକ୍ଷ ସେବା କାର୍ଯ୍ୟକ୍ରମ।   29-Sep-2026
  ଜିଲ୍ଲା  
*ଡାବୁଗାଁ ଗୋଷ୍ଠୀ ସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ଓ ଦୌଡକୁଦ ପ୍ରତିଯୋଗିତା ଉଦ୍ଘାଟିତ*   29-Sep-2026
  ରାଜ୍ୟ  
ବେଲପଡା ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା   29-Sep-2026
  ଜିଲ୍ଲା  
*ମା ସୁରେଶ୍ଵରୀ ଙ୍କ ମନ୍ଦିର ରେ ଚଣ୍ଡୀ ଯଜ୍ଞ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ*-   29-Sep-2026

You Might Also Like