-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
17-Oct-2020
ବରଗଡ଼, ୧୭ ।୧୦: ସଦ୍ୟ ପ୍ରକାଶ ପାଇଥିବା ରାଷ୍ଟ୍ରୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (ନିଟ୍-ମେଡିକାଲ୍) ୨୦୨୦ରେ ବିକାଶ ଶିକ୍ଷାନୁଷ୍ଠାନର ମୋଟ୍ ୨୧୦ ଜଣ ଛାତ୍ରଛାତ୍ରୀ ତାଙ୍କର ପ୍ରଥମ ପ୍ରୟାସରେ ସଫଳ ହୋଇ ନୂତନ ରେକର୍ଡ୍ ସୃଷ୍ଟି କରିଛନ୍ତି । ତନ୍ମଧ୍ୟରୁ ବିକାଶ ଆବାସିକ ବିଦ୍ୟାଳୟ ଏବଂ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ ଶାଖାର ୧୧ଜଣ ଛାତ୍ର ୬୧୪ରୁ ଉର୍ଦ୍ଧ୍ୱ ମାର୍କ, ୨୩ଜଣ ଛାତ୍ରଛାତ୍ରୀ ୫୦୦ରୁ ଉର୍ଦ୍ଧ୍ୱ ମାର୍କ ଏବଂ ୩୭ଜଣ ଛାତ୍ରଛାତ୍ରୀ ୪୦୦ ରୁ ଉର୍ଦ୍ଧ୍ୱ ମାର୍କ ରଖି ସଫଳ ହୋଇଛନ୍ତି ବୋଲି ବିକାଶ ଗ୍ରୁପ୍ ର ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଡି.ନାଗେଶ୍ୱର ରାଓ ପ୍ରକାଶ କରିଛନ୍ତି । ବିକାଶ ବରଗଡ଼ ର ବୋର୍ଡ ତଥା ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ଅଗ୍ରୱାଲ୍ ୬୭୭ମାର୍କ (୯୫.୬% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ଧିରଜ ପଟେଲ ୬୬୯ମାର୍କ (୯୬.୪% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ଅନୁଜ ବଂଶଲ ୬୬୦ମାର୍କ (୯୭.୪% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ବିବୁଧେନ୍ଦ୍ର ପଣ୍ଡା ୬୪୨ମାର୍କ (୯୪.୨% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ସାଇ କହ୍ନେୟା ସାହୁ ୬୪୦ମାର୍କ (୯୪.୪% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ସଙ୍କେତ ସାହୁ ୬୩୮ମାର୍କ (୯୫.୨% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ଆଦର୍ଶ ବଂଶଲ ୬୩୫ମାର୍କ (୯୫.୨% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ଇପ୍ସିତା ମିଶ୍ର ୬୩୧ମାର୍କ (୯୫% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ଶୁଭମ ପାତ୍ର ୬୨୩ମାର୍କ, ଶିବାନନ୍ଦ ସାହୁ ୬୧୯ମାର୍କ, ସାଗର ମେହେର ୬୧୪ମାର୍କ (୯୪.୨% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ପ୍ରଭାତ ମହାନନ୍ଦ ୫୭୮ମାର୍କ, ରେବତୀ ରଞ୍ଜନ ବେହେର ୫୭୮ମାର୍କ (୯୪.୨% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ସୌମ୍ୟାରାଣୀ ଶତପଥୀ ୫୬୩ମାର୍କ (୯୪% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦), ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବରଗଡ଼ ବିଜ୍ଞାନର ଦ୍ୱିତୀୟ ବର୍ଷ ଛାତ୍ର ରିତେଶ କୁମାର ନାୟକ ୫୯୫ମାର୍କ(୮୪.୨% ଏଏଚ୍ଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦) ସହ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି ଏବଂ ଅନୁଷ୍ଠାନ ତଥା ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ବିକାଶ ଦି କନ୍ସେପ୍ଟ୍ ସ୍କୁଲ୍, ସମ୍ବଲପୁର ଶାଖାର ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଛାତ୍ର ଦିବ୍ୟ ରଞ୍ଜନ ଓରାମ ୫୭୫ମାର୍କ (୯୩% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦) ସହ ସର୍ବ ଭାରତୀୟ ୧୪୨ (ଏସ୍ଟି) ର୍ୟାଙ୍କ୍ ଅର୍ଜନ କରିଛନ୍ତି ବୋଲି ଅନୁଷ୍ଠାନର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଲିପ୍ସାରାଣୀ ଧରୁଆ ୪୧୦ମାର୍କ, ଅନ୍ନଦା ମଞ୍ଜରୀ ପ୍ରଧାନ ୩୮୫ମାର୍କ ରଖି ସଫଳ ହୋଇଛନ୍ତି । ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଭି. ଶ୍ରୀନିବାସ ବିକାଶ ଆବାସିକ ବିଦ୍ୟାଳୟ, ଭୁବନେଶ୍ୱର ଶାଖାର ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ଛାତ୍ର ଆଶିଷ ଆୟୁଷ୍ମାନ୍ ସାହୁ ୫୪୭ମାର୍କ (୯୫% ସିବିଏସ୍ଇ ଦ୍ୱାଦଶ ବିଜ୍ଞାନ ୨୦୨୦) ସହ ମୋଟ୍ ୪ ଜଣ ଛାତ୍ରଛାତ୍ରୀ ସଫଳ ହୋଇଛନ୍ତି ବୋଲି ସୂଚନା ଦେଇଛନ୍ତି ।
ବିକାଶ ଗ୍ରୁପ୍ ର ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଶିକ୍ଷାବର୍ଷ ୨୦୧୯-୨୦ ର ସମସ୍ତ ପରୀକ୍ଷା ର ଫଳାଫଳ ଉପରେ ବିଶେଷ ବିବରଣୀ ଦେଇ ଜେଇଇ ମେନ୍ସ୍ ପରୀକ୍ଷାରେ ୧୧୫ଜଣ ଛାତ୍ରଛାତ୍ରୀ, ଜେଇଇ ଏଡ୍ଭାନ୍ସ୍ଡ୍ ରେ ୧୨ଜଣ, ନେଷ୍ଟ୍ (ସିଇବିଏସ୍/ନାଇଜର୍) ରେ ୬ଜଣ, କେଭିପିୱାଇ ରେ ୧ଜଣ, ସିବିଏସ୍ଇ ଦ୍ୱାଦଶ ଶ୍ରେଣୀର ୨୮୯ଜଣ ଛାତ୍ରଛାତ୍ରୀ ୯୦% ରୁ ଉର୍ଦ୍ଧ୍ୱ, ସିବିଏସ୍ଇ ଦଶମ ଶ୍ରେଣୀର ୧୫୬ଜଣ ଛାତ୍ରଛାତ୍ରୀ ୯୦% ରୁ ଉର୍ଦ୍ଧ୍ୱ, ସିଏଚ୍ଏସ୍ଇ +୨ ପରୀକ୍ଷାରେ ୯ଜଣ ଛାତ୍ରଛାତ୍ରୀ ରାଜ୍ୟସ୍ତରରେ ଟପ୍-୨୦ ର୍ୟାଙ୍କ୍ ମଧ୍ୟରେ ରହିଥିବାବେଳେ ୪୧ଜଣ ଛାତ୍ରଛାତ୍ରୀ ୫୦୦ ରୁ ଉର୍ଦ୍ଧ୍ୱ ମାର୍କ ରଖି ସଫଳ ହୋଇଛନ୍ତି ବୋଲି ପ୍ରକାଶ କରି ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନମାନଙ୍କ ମଧ୍ୟରୁ ବିକାଶ ଗ୍ରୁପ ଅଫ ଇନ୍ସଟିଚ୍ୟୁସନରେ ବୋର୍ଡ ତଥା ପ୍ରବେଶିକା ପରୀକ୍ଷା ପାଇଁ ଗୁଣାତ୍ମକ ମାନର ଶିକ୍ଷାଦାନ ସହ ସଫଳତା କୌଶଳ ନିମନ୍ତେ ଶିକ୍ଷାଦାନ କରାଯାଉଥିବା ହିଁ ସଫଳତାର ରହସ୍ୟ ବୋଲି ମତବ୍ୟକ୍ତ କରିଛନ୍ତି । ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ ରାଜ୍ୟ ବାହାର ଅଭିମୁଖୀ ଓଡ଼ିଶାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିକାଶ ଶିକ୍ଷାନୁଷ୍ଠାନ ଓଡ଼ିଶାରେ ରହି ପ୍ରବେଶିକା ପରୀକ୍ଷାର ପ୍ରସ୍ତୁତି ପାଇଁ ନୂଆ ବାଟ ଫିଟାଇଛି ବୋଲି କହିଛନ୍ତି । ଅନୁଷ୍ଠାନର ଡାଇରେକ୍ଟର ଏକାଡେମିକ୍ସ୍ ଶ୍ରୀ ଜି.ରାମକ୍ରୀଷ୍ଣା, ଡାଇରେକ୍ଟର ଏଡ୍ମିନିଷ୍ଟ୍ରେସନ୍ ଶ୍ରୀ ଡି.ବିବେକ ଶିକ୍ଷାନୁଷ୍ଠାନକୁ ବିଶ୍ୱାସ କରିଥିବା ସମସ୍ତ ଅଭିଭାବକ ତଥା କଠୋର ପରିଶ୍ରମ କରିଥିବା ଛାତ୍ରଛାତ୍ରୀ, ବୋର୍ଡ ଓ ଏନ୍ଟ୍ରାଂସ ପାଠ୍ୟଦାନ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି । ଏହି ଅନନ୍ୟ ସଫଳତାରେ ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଶିଶିର ପ୍ରସାଦ ରାଉଳ, ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ମୁରାରୀ ପ୍ରସାଦ ସାହୁ, ଉପାଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ସମସ୍ତ ସଫଳ ଛାତ୍ରଛାତ୍ରୀ ତଥା ତାଙ୍କର ମାତାପିତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ସଫଳ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରିବା ପାଇଁ ବିକାଶ ଗ୍ରୁପ୍ ତରଫରୁ ଏକ ପ୍ରେସ୍ କନ୍ଫରେନ୍ସ୍ ର ଆୟୋଜନ କରାଯାଇଥିଲା । ଏହି ପ୍ରେସ୍ କନ୍ଫରେନ୍ସ୍ ରେ ବିକାଶ ପରିଚାଳନା କମିଟୀର ମୁଖ୍ୟ କର୍ମକର୍ତାମାନେ, ଅଧ୍ୟକ୍ଷ, ଛାତ୍ରଛାତ୍ରୀ ଏବଂ ତାଙ୍କର ଅଭିଭାବକମାନେ ଯୋଗ ଦେଇଥିଲେ । ବିକାଶ ର ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଛାତ୍ରଛାତ୍ରୀମାନଙ୍କର ଅତୁଳନୀୟ ଶୈକ୍ଷଣୀୟ ପ୍ରତିଭା କୁ ଉଚ୍ଚ ପ୍ରଶଂସା କରିଥିଲେ ।