-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
17-Oct-2020
ବଲାଙ୍ଗିର,୧୭ା୧୦- ନବରାତ୍ର ଦୁର୍ଗାପୂଜା ପାଇଁ ଶନିବାର ଭୋର ସକାଳ ୪ଟାରେ ରୁଗୁଡିପଡା ମଣ୍ଡପ ଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ ଶୋଭା ଯାତ୍ରାରେ ସ୍ଥାନୀୟ ମହାରାଣୀ ସାଗର ଠାରେ ପୂଜାଅର୍ଚ୍ଚାନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣା ଯାଇଥିଲା । ପୂଜା କାର୍ଯ୍ୟରେ ମୁଖ୍ୟ ପୁଜକ ମେଘନାଥ ପାଣିଗ୍ରାହୀ, ନିରଞ୍ଜନ ମହାପାତ୍ର, ବିଶେଶ୍ୱର ପୁଜାରୀ, ସନ୍ତୋଷ ପଣ୍ଡା, ଲକ୍ଷ୍ମୀ ମହାରଣା ପ୍ରମୁଖ ସହଯୋଗ କରିଥିଲେ । କର୍ତ୍ତା ଭାବରେ ଜଗବନ୍ଧୁ ନାଏକ ଓ ତାଙ୍କର ସହ ଧର୍ମଣୀ ଅନୁପମା ନାଏକ ଦାୟୀତ୍ୱ ତୁଲାଇଥିଲେ । ଏହି ଶୋଭା ଯାତ୍ରାରେ ପୁଜା କମିଟିର କର୍ମକର୍ତ୍ତା କାର୍ଯ୍ୟକାରୀ ସଦସ୍ୟ ପ୍ରମୁଖ ସହଯୋଗ କରିଥିôଲେ । ସୂଚନା ଯୋଗ୍ୟ ଯେ, ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଜିଲ୍ଲା ପ୍ରଶାସନ ଅନୁମତି କ୍ରମେ ସମସ୍ତ ଗାଇଡ୍ ଲାଇନ୍ ପାଳନ କରି ରୁଗୁଡିପଡା ଦୁର୍ଗା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏଥର ୪ଫୁଟ ଉଚ୍ଚତା ବିଶିଷ୍ଟ ଦୁର୍ଗାଙ୍କ ମେଢ଼ ନିର୍ମାଣ ହୋଇଥିବା କମିଟି ପକ୍ଷରୁ ସୂଚନା ଦିଆଯାଇଛି ।