-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
24-Mar-2021
ଭୁବନେଶ୍ୱର/ରାୟପୁର,(ଶୁଭାଶିଷ ନାୟକ): ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଛନ୍ତି ୩ ଯବାନ । ଛତିଶଗଡ଼ ନାରାୟଣପୁର ଜିଲ୍ଲା କୋଡେନାର ଜଙ୍ଗଲରେ ଏହି ବିସ୍ଫୋରଣ ହୋଇଛି । ଡିଆରଜି ଯବାନ ମାନେ ବସରେ ଫେରୁଥିବା ବେଳେ ଏହି ଘଟଣା ଘଟିଛି ବୋଲି ପ୍ରାଥମିକ ସୂଚନା ଦିଆଯାଇଛି । ଏଥିରେ ୨୧ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି ।
ଏହି ଘଟଣା ଅପରାହ୍ନ ୩ଟାରୁ ୪ଟା ସମୟ ମଧ୍ୟରେ ଘଟିଛି । ୨୫ରୁ ଅଧିକ ଯବାନ ଏକ ଅପରେସନରୁ ଫେରିବା ସମୟରେ ମାଟି ତଳେ ପୋତାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଫଳରେ ବସଟି ୨୦ରୁ ୩୦ ଫୁଟ ଉପରକୁ ଉଡ଼ିଯାଇଥିଲା ।
ଛତିଶଗଡ଼ ଡିଜିପି ଡିଏମ ଅବସ୍ତୀ କହିଛନ୍ତି, ଯବାନମାନେ ନକ୍ସଲ ବିରୋଧୀ ଅପରେସନ ସାରି ଫେରୁଥିବା ବେଳେ ଏପରି ହମଲା ହୋଇଛି । ଏଥିରେ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଖୁବଶୀଘ୍ର ବିସ୍ତୃତ ସୂଚନା ଆସିବ ବୋଲି ସେ କହିଛନ୍ତି ।