-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
24-Mar-2021
ବଲାଙ୍ଗୀର,(ପ୍ରେରଣା ଖବର ବ୍ୟୁରୋ) : ଗତ କିଛିଦିନ ତଳେ ବୌଦ୍ଧ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅମିତାଭ ପଣ୍ଡାଙ୍କୁ କିଛି ଅସାମାଜିକ ବ୍ୟକ୍ତି ମାଡମାରିବା ଘଟଣାକୁ ନିନ୍ଦା କରିବା ସହିତ ସେମାନଙ୍କୁ ଗିରଫ କରିବା, ପ୍ରାଣୀ ଚିକିତ୍ସକ ମାନଙ୍କୁ ସୁରକ୍ଷା ପ୍ରଦାନ ଦାବିରେ ଆଜି ବଲାଙ୍ଗୀର ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ କଳାବ୍ୟାଚ ପରିଧାନ କରି ବିରୋଧ ପ୍ରଦର୍ଶନ କରିଛନ୍ତି ।ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଜ୍ଞାନରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ କର୍ମଚାରୀ ମାନଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ୩ଟି ଦାବି ଉପସ୍ଥାପନ କରିଥିଲେ । ଦାବି ଗୁଡିକ ହେଲା ଆକ୍ରମଣକାରିଙ୍କୁ ଦୃଢ ଓ ଦୁଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ,ପ୍ରାଣୀ ଚିକିତ୍ସାଳୟ ସିଫ୍ଟରେ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ପ୍ରାଣୀ ଚିକିତ୍ସକ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଉ ,ମେଡିକାଲ ଅଧିକାରୀଙ୍କ ପାଇଁ ପ୍ରଣୟନ କରାଯାଇଥିବା ନିୟମ ପ୍ରାଣୀ ଚିକିତ୍ସକଙ୍କ ସୁରକ୍ଷା ନିମନ୍ତେ ମଧ୍ୟ ଲାଗୁ କରାଯାଉ । ଏହି ଦାବି ଗୁଡିକ ପୁରଣ ନହେଲେ ଆଗାମୀ ଦିନରେ ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସୂଚନା ଦେଇଛନ୍ତି ।