-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
23-Mar-2021
ସୁରଟ (ପ୍ରେରଣା ଖବର ବ୍ୟୁରୋ) : ଗୁଜରାଟ ସୁରଟରେ ମଙ୍ଗଳବାର ଏକ ନିର୍ମାଣାଧୀନ ଅଟ୍ଟାଳିକା କଡରେ ଥିବା ମାଟି କାନ୍ଥ ଭୂଷୁଡି ପଡ଼ିଛି। ଫଳରେ କାନ୍ଥ ତଳେ ଲୋକେ ଦବି ରହିଥିବାର ଆଶଙ୍କା କରାଯାଉଛି। ଉଦ୍ଧାର ନିମନ୍ତେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାରମ୍ଭ କରିଛନ୍ତି। ଏହି ଦୁର୍ଘଟଣା ସହରର ମୋଟା ୱର୍ଚ୍ଛା ଅଞ୍ଚଳରେ ଘଟିଛି। କାନ୍ଥ ଧସିବାମାତ୍ରେ ଅଞ୍ଚଳ ଡକାହକା ପଡିଯାଇଥିଲା। ସୂଚନା ମିଳିବାମାତ୍ରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଊଦ୍ଧାର କାର୍ଯ୍ୟରେ ସହାୟତା କରୁଥିବା ଜଣାପଡିଛି।
ତେବେ ଦୁର୍ଘଟଣା କାଳରେ କାନ୍ଥ ତଳେ କେତେ ଲୋକ କାମ କରୁଥିଲେ ତାହା ସ୍ପଷ୍ଟ ହୋଇ ନାହିଁ। ଏଣୁ କେତେ ଲୋକ ମାଟିଗଦା ତଳେ ଦବି ରହିଛନ୍ତି ତାହା କୁହାଯାଇ ପାରୁନି। ତେବେ ଲୋକେ କିପରି ସୁରକ୍ଷିତ ଉଦ୍ଧାର ହେବେ ସେଥିଲାଗି ତଲାସ ଅଭିଯାନ ଜାରି ରହିଛି। ଅଟ୍ଟାଳିକା ନିର୍ମାଣ ଲାଗି ମାଟି କାଢି ଚାରିପଟେ ଗଦାଇ ଦିଆଯାଇଥିଲା।,ଏହି ମାଟି ଧସିପଡିଛି। ଉଦ୍ଧାର କାର୍ଯ୍ୟରେ ପୋଲିସ ଓ ପ୍ରଶାସନକୁ ସ୍ଥାନୀୟ ଲୋକେ ମଧ୍ୟ ସହାୟତା କରୁଛନ୍ତି।
ମିଳୁଥିବା ସୂଚନାରୁ ମାଟି ଗଦା ତଳୁ ଉଦ୍ଧାରକାରୀ ଏପର୍ଯ୍ୟନ୍ତ ମୋଟ ୬ ଜଣଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛନ୍ତି। ଉଦ୍ଧାର ଲୋକଙ୍କ ମଧ୍ୟରୁ ୪ ଜଣ ମାଟି ତଳେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ତୁରନ୍ତ ହସ୍ପିଟାଲ ପଠାଯିବା ସହ ଅନ୍ୟମାନଙ୍କର ତଲାସ ଜାରି
ରହିଛି। ବହୁତଳ ଭବନର ବେସମେଣ୍ଟରେ କାନ୍ଥ ତିଆରି ଲାଗି କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୁରଟ ମ୍ୟୁନସିପାଲ କର୍ପୋରେସନ ଦମକଳ ବିଭାଗ ଅଧିକାରୀ କହିଛନ୍ତି।