-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
21-Mar-2021
ବ୍ରହ୍ମପୁର (କୁମୁଦ ରଂଜନ ବେହେରା): ଆସନ୍ତା ୨୨ ତାରିଖରେ ବ୍ରହ୍ମପୁର ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ହେବ। ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ଯାଳୟରେ ମାଆ ବୁଢୀ ଠାକୁରାଣୀ ଯାତ୍ରା ନେଇ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବିଧାୟକ ବିକ୍ରମ ପଣ୍ଡା, ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବାଳିରାମ ବନ୍ଦୋରଙ୍କ ଉପସ୍ଥିତିରେ ଯାତ୍ରା ଆୟୋଜକ ପି.ଦୁର୍ଗା ପ୍ରସାଦ ଦେଶୀବେହେରା ବୈଠକରେ ସାମିଲ ହୋଇଥିଲେ।
ତେବେ ୭ ଦିନ ଯାତ୍ରା ପାଇଁ ଅନୁମତି ମିଳିଥିବା ବେଳେ ଯାତ୍ରା ଆୟୋଜକ ଏହାକୁ ନାପସନ୍ଦ କରିଛନ୍ତି। ଯାତ୍ରା ଆୟୋଜକ ମାନେ ୨୧ ଦିନ ଯାତ୍ରା ପାଇଁ ଅନୁମତି ଲୋଡିଛନ୍ତି । ତେବେ ପ୍ରଥମେ ୭ ଦିନିଆ ଯାତ୍ରା ପାଇଁ ଅନୁମତି ଦିଆଯାଇଛି । ପରବର୍ତ୍ତୀ ସମୟରେ କୋଭିଡ୍ ସ୍ଥିତି ଦେଖି ଯାତ୍ରା ଅବଧି ବୃଦ୍ଧି କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର କହିଛନ୍ତି ।