-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
20-Mar-2021
ବରଗଡ଼ (ମୁକୁନ୍ଦ ଦାସ) : ନିକଟରେ ସମ୍ବଲପୁର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର (ପିଜି) କମ୍ପ୍ୟୁଟର ସାଇନ୍ସର ( ଦ୍ଵିତୀୟ ସେମିଷ୍ଟାର) ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ବରଗଡ଼ ଇମ୍ପେରିଏଲ କଲେଜର ଛାତ୍ର ସୁବଳ ମେହେର ବିଶ୍ଵବିଦ୍ୟାଳୟ ସ୍ତରରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ମହାବିଦ୍ୟାଳୟର ଶତପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚlରୀ ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।