-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
19-Mar-2021
ନୂଆପଡା(ପ୍ରେରଣା ଖବର) ନୂଆପଡା ରେଳ ଷ୍ଟେସନଠାରେ ଅଘଟଣ । ରେଳ ଧାରଣାରେ କଟି ଯୁବକ ମୃତ୍ୟୁ ହୋଇଛି । ଆତ୍ମହତ୍ୟା ସନ୍ଦେହ କରାଯାଉଥିବା ବେଳେ ଘଟଣାସ୍ଥଳରେ ଜିଆରପି ଓ ନୂଆପଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ନୂଆପଡା ରେଳ ଷ୍ଟେସନଠାରେ ରେଳ ଧାରଣା କଡରେ ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ମୃତଦେହ ଦେଖି ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ନୂଆପଡା ପୋଲିସ ଓ ଜିଆରପି ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ସ୍ଥାନୀୟ ପରସାଗୁଡା ଗାଁର ତ୍ରୀନାଥ ସାହୁ । ଆତ୍ମହତ୍ୟା ସନ୍ଦେହ, ଘଟଣା ସ୍ଥଳରେ ଜିଆରପି ଓ ନୂଆପଡା ପୋଲିସର ତଦନ୍ତ ଆରମ୍ଭ ।