-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Mar-2021
ଭୁବନେଶ୍ୱର ୧୭।୦୩: ଚନ୍ଦ୍ରଶେଖରପୁର ଓମ୍ଫେଡ଼୍ ଛକରେ ଅଘଟଣ । ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସର ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ଓମ୍ଫେଡ଼ ଅଫିସ୍ ଗେଟ୍ ସମ୍ମୁଖରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ଫାଟିଛି । ଯାହାଫଳରେ କି ନିକଟରେ ଥିବା ୪ଜଣ ଲୋକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସେଠାରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି କାରଣରୁ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟିଲା । ତାହା ଏବେ ଯାଏ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ତେବେ ଏକ ବଡ଼ଧରଣର ଅଘଟଣ ବର୍ତ୍ତିଯାଇଥିବା ସ୍ଥାନୀୟଲୋକ କହିଛନ୍ତି । ଘଟଣାର ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ଉଠିଛି ।