-+91-9937148622 |

prerana_bgr@rediffmail.com |

  Thursday 13th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||     

HOME   ଜିଲ୍ଲା

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘର ଧାରଣା

16-Mar-2021



ବଲାଙ୍ଗିର,(ପ୍ରେରଣା ଖବର)କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇକରଣ ତଥା କର୍ପୋରେଟ ପୋଷଣ ନୀତି ବିରୁଦ୍ଧରେ ଗତ ଦୁଇ ଦିନ ଧରି ସାରା ଦେଶରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ ଜାରି ରହିଛି । ସେହି ପରିପ୍ରେକ୍ଷିରେ ବଲାଙ୍ଗିରର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ଗତ ଦୁଇ ଦିନ ଧରି ବ୍ୟାଙ୍କ କାର୍ଯ୍ୟ ବନ୍ଦ କରିବା ସହିତ ବ୍ୟାଙ୍କ ମୁଖ୍ୟାଳୟ ସାମନାରେ ଧାରଣାରେ ବସିଥିଲେ । ଏହି ଧାରଣାରେ ଉଭୟ କର୍ମଚାରୀ ସଂଘ ଓ ଅଫିସର ସଂଘ କେନ୍ଦ୍ର ସରକାରଙ୍କ ଭୁଲ ଅର୍ଥନୈତିକ ନୀତିର ତିିବ୍ର ସମାଲୋଚନା କରିବା ସହିତ ଆଗାମୀ ଦିନରେ ବ୍ୟାଙ୍କ ସଂଘର ଦାବି ଗୁଡିକ ପୂରଣ କରାନଗଲେ ସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ଯିବାକୁ ବାଧ୍ୟ ହେବ ବୋଲି ସଂଘ କହିଛି । ପ୍ରକାଶ ଯେ ଗତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମନ ଦେଶର ଦୁଇଟି ମୁଖ୍ୟ ବ୍ୟାଙ୍କକୁ ଘରୋଇକରଣ କରାଯିବା ନେଇ ପ୍ରସ୍ତାବ ଦେଇଥିଲେ । ଏହାକୁ ସର୍ବ ଭାରତୀୟ ସ୍ତରରେ ବ୍ୟାଙ୍କ କର୍ମଚାରୀମାନେ ବିରୋଧ କରିଥିଲେ । ସେହି କ୍ରମରେ ସର୍ବ ଭାରତୀୟ ମିଳିତ ବ୍ୟାଙ୍କ କର୍ମଚାରୀ ମହାସଂଘ ଗତ ଦୁଇ ଦିନ ଧରି ଦେଶ ସାରା ବ୍ୟାଙ୍କ କାର୍ଯ୍ୟ ବନ୍ଦ ରଖିଥିଲା । କେନ୍ଦ୍ର ସରକାରଙ୍କ ଏଭଳି ନୀତି ଦେଶକୁ ଅର୍ଥନୈତିକ କ୍ଷେତ୍ରରେ ଆହୁରି ପଛେଇ ନେବା ସହିତ ଗରିବ ଜନସାଧାରଣଙ୍କର ଭବିଷ୍ୟତ ଅନ୍ଧକାର କରିଦେବ । କେବଳ କିଛି ପୁଞ୍ଜିପତିଙ୍କ ଲାଭାର୍ଥେ କରାଯାଉଥିବା ଏହି ଅର୍ଥନୈତିକ ସଂଶୋଧନ ଆଗାମୀ ଦିନରେ ଦେଶ ତଥା ଦେଶବାସୀଙ୍କ ପାଇଁ କାଳ ହେବ । କେନ୍ଦ୍ରର ବିଜେପି ସରକାର ଦେଶର ସମ୍ପୁର୍ଣ୍ଣ ଅର୍ଥନୈତିକ ବିକାଶର ନାରା ଦେଇ ୨୦୧୪ରେ କେନ୍ଦ୍ର ଗାଦି ପାଇଥିଲା । କିନ୍ତୁ ଏହି ସରକାର ଆସୁ ଆସୁ ଦେଶର ବିଭିନ୍ନ ବ୍ୟାଙ୍କର ଘରୋଇକରଣ ଓ ସମିଶ୍ରଣ ଆରମ୍ଭ କରି ଜନସାଧାରଣଙ୍କର ଅର୍ଥନିତି ଓ ବ୍ୟାଙ୍କ କର୍ମଚାରୀଙ୍କର ଚାକିରି ପ୍ରତି କୁଠାରଘାତ କରିଛି । ଯାହା ଧିରେ ଧିରେ ଦେଶର ଅର୍ଥନୈତିକ ଅବସ୍ଥାରେ ପରିଲକ୍ଷିତ ହେଉଛି । ତେଣୁ କେନ୍ଦ୍ର ସରକାର ଏଭଳି ଦେଶ ବିରୋଧି ତଥା ଜନ ବିରୋଧି କାର୍ଯ୍ୟକ୍ରମରୁ ବିରତ ରହିବା ସହ ବ୍ୟାଙ୍କମାନଙ୍କର ସଂପ୍ରଭୃତା ଫେରାଇ ଆଣନ୍ତୁ ବୋଲି ସଂଘ ତରଫରୁ କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଅଲ୍ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ଫେଡେରେସନ ତଥା ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସାଧାରଣ ସଂପାଦକ ପୁଲିନ ମିଶ୍ର, ଅଫିସର ସଂଘ ସାଧାରଣ ସଂପାଦକ ଶିତିକଣ୍ଠ ମିଶ୍ର, ପୂର୍ବତନ ସାଧାରଣ ସଂପାଦକ ଅଶୁତୋଷ ମିଶ୍ର, ରିଟାରି ୱେଲଫେୟାର ଏସୋସିଏସନର ସଂପାଦକ ଯୁଗଲ କିଶୋର ପଟେଲ, ଅଧ୍ୟକ୍ଷ ଦ୍ୱାରିକାନାଥ ପଟେଲ ତଥା ଅନ୍ୟାନ୍ୟ ସଭ୍ୟଗଣ ଉଦ୍‌ବୋଧନ ଦେଇ ସଂଘର କାର୍ଯ୍ୟକଳାପକୁ ଆଗାମୀ ଦିନରେ ଅଧିକ ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା   13-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   12-Aug-2026
  ଜିଲ୍ଲା  
ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   12-Aug-2026
  ଜିଲ୍ଲା  
ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    12-Aug-2026
  ଜିଲ୍ଲା  
ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   12-Aug-2026
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026

You Might Also Like