-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
15-Mar-2021
ଖଲ୍ଲିକୋଟ(ପ୍ରେରଣା ଖବର): ପାଣି ପାଇଁ ଲଟେରୀ । ପାଣି ନେବା ପାଇଁ ଆବଶ୍ୟକ ପଡୁଛି ଲଟେରୀର ସାହାରା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଛତ୍ରପୁର ଷ୍ଟେସନ ରୋଡ ସାହିରେ ।
ଖବର ଅନୁଯାୟୀ, ଛତ୍ରପୁର ଷ୍ଟେସନ ରୋଡ ସାହିରେ ପାନୀୟ ଜଳର ଘୋର ସମସ୍ୟା ରହିଛି । ପ୍ରତିଦିନ ପାଣି ପାଇଁ ଗଣ୍ଡଗୋଳ ଲାଗିଥାଏ । କାରଣ ଦିନକୁ ମାତ୍ର ୧୫ ମିନିଟ୍ ପାଇଁ ପାଇପରେ ପାଣି ଆସେ । ଏବଂ ଯିଏ ପ୍ରଥମେ ଆସନ୍ତି, ସେ ହିଁ ପାଣି ନେଇ ଯାଆନ୍ତି । ଅନ୍ୟମାନେ ନିରାଶ ହୋଇ ଫେରନ୍ତି ।
ତେବେ ଗଣ୍ଡଗୋଳ ଏଡାଇବା ପାଇଁ ପ୍ରତିଦିନ ଯେଉଁ ମହିଳା ପାଣି ନେବାକୁ ଆସନ୍ତି। ସେମାନଙ୍କ ଉପସ୍ଥିତିରେ ଲଟେରୀ ଉଠାଣ କରାଯାଏ । ଯାହାର ୧ ନମ୍ବର, ସେ ପ୍ରଥମେ ପାଣି ନେବେ । ତା ପରେ କ୍ରମାନ୍ବୟରେ ଚାଲେ । ଯାହାର ଭାଗ୍ୟ ସାଥ୍ ଦେଲା, ସେ ପାଣି ନିଅନ୍ତି ଏବଂ ଅନ୍ୟମାନେ ଫେରନ୍ତି । ଏ ସଂପର୍କରେ ପ୍ରଶାସନକୁ ବାରମ୍ବାର ଗୁହାରୀ କରିଛନ୍ତି ସ୍ଥାନୀୟ ଲୋକ । ହେଲେ ସମସ୍ୟା ଶୁଣିବାକୁ ଏବଂ ବୁଝିବାକୁ କେହିନାହିଁ । ଫଳରେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେବା ସହିତ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।