-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
10-Mar-2021
ଉଲୁଣ୍ଡା(ଗୋରଚନ୍ଦ୍ର ପରିଛା)- ଉଲୁଣ୍ଡା ସଦର ସ୍ଥିତ ଗଣ୍ଡାବାହାଲ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସୁଜିତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ମିତାଳି ମହାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଶିକ୍ଷୟତ୍ରୀ ସୁପ୍ରଭା ପାଣିଗ୍ରାହୀ, ମେଟାକନୀ କଲେଜର ଅଧ୍ୟାପିକା ପ୍ରଜ୍ଞା ପରମିତା ପଧାନ, ରମେଶ ପ୍ରଶାଦ କଲେଜର ଅଧ୍ୟାପିକା ଅନିତା କର୍ଣ୍ଣ, ସମାଜସେବୀ ମହେଶ ରଂଜନ ପୁରୋହିତ, ଯୁବ ମହାସଂଘର ସଭାପତି ପ୍ରମୋଦ ପଧାନ ପ୍ରମୁଖ ଯୋଗଦେଇ ମାଂଚାସୀନ ହୋଇଥିଲେ । ସଭ୍ୟା ରାଣୀ ବେହେରା ମଂଚ ପରିଚାଲନା କରିଥିବା ବେଳେ ଗୁପ୍ତେଶ୍ୱର ଖୁରା ଧନ୍ୟବାଦ ଦେଇଥିଲେ । ଏହି ଅବଶରରେ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା । ସେହିପରି ମାଟୁପାଲି ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବଶର ପ୍ରାପ୍ତ ଶିକ୍ଷକ ଜନାର୍ଦନ ବ୍ରହ୍ମଚାରୀ ମୁଖ୍ୟ ଅତିଥି ଭବାରେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭବାରେ ଏମବିକେ ଅନୁପମା ମେହେର ଯୋଗଦେଇ ମାଚାସୀନ ହୋଇଥିଲେ । ଏହି ଅବଶରରେ ଶ୍ରଷ୍ଠ ସ୍ୱେଚ୍ଛାସେବୀ ମହିଲା ଭାବରେ ସ୍ୱାଧିନୀ ମାôଝଙ୍କୁ ସମ୍ମାନୀତ କରାଯାଇଥିଲା । ସ୍ୱାସ୍ଥ୍ୟ ସମିକ୍ଷା ସଂଯୋଜକ ଶମ୍ଭୁରାଜ କର୍ଣ୍ଣ ସଭା ପରିଚାଲନା କରିଥିବା ବେଳେ ଅଙ୍ଗନୱାଡି କର୍ମୀ ତୂଲସୀ ବାଘ ଧନ୍ୟବାଦ ଦେଇଥିଲେ । ସେହିପରି ଖଜୁରିଆପାଲି ବନସୁରକ୍ଷା ସମିତି ପକ୍ଷରୁ ମହିଳା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ମହିଲା ମାନେ ଅତ୍ମନିର୍ଭର ଶୀଳ ହୋଇ କିଭଳି ସଶକ୍ତି ହୋଇପାରିବେ ସେଦିଗରେ ଆଲୋଚନା କରିଥିଲେ । ଏଥିରେ ପ୍ରଗତୀ ଏସଏଚଜି ଏବଂ କନ୍ଧେନବୂଢି ଏସଏଏଚଜି ସାମିଲ ହୋଇଥିଲେ । ପରେ ଏକ ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ସବୁଜ ବିପ୍ଲବର ଟିମ ଲିଡର ପଦ୍ମଲୋଚନ ଯୋଶୀ, ବିଶ୍ୱ ମୋହନ ପୁରୋହିତ, ସୁରଚିତା ନାଏକ, ସତ୍ୟଜିତ ଗଡୁଆ, କାହ୍ନା ଗଡୁଆ ପ୍ରମୁଖ ସାମିଲ ହୋଇଥିଲେ ।