-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||     

HOME   ଜିଲ୍ଲା

ଜିଲ୍ଲାସ୍ତରୀୟ ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦ୍‌ଯାପିତ

10-Mar-2021



ବଲାଙ୍ଗୀର,ଭାରତୀୟ ରେଡକ୍ରସ ସୋସାଇଟି ଜୁନିଅର ରେଡକ୍ରସ, ଓଡିଶା ରାଜ୍ୟ ଶାଖା, ଭୁବନେଶ୍ୱର ର ସହଯୋଗରେ ତଥା ଜିଲ୍ଲା ଜୁନିଅର ରେଡକ୍ରସ ବିଭାଗ  ଆନୁକୂଲ୍ୟରେ  ସ୍ଥାନୀୟ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲ ଠାରେ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ପରାମର୍ଶଦାତାଙ୍କ ୫ ଦିନିଆ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଯୋଗ ଦେଇ ଭବିଷ୍ୟତ ଜୀବନରେ ରେଡକ୍ରସ ମନ୍ତ୍ରରେ ଦୀକ୍ଷିତ ହୋଇ ପରାମର୍ଶଦାତା ମାନେ ସମାଜ ବିକାଶର କାର୍ଯ୍ୟକ୍ରମରେ ଅଗ୍ରସର ହେବା ସହ ରେଡକ୍ରସ ର ମୌଳିକ ନୀତି ଅନୁ୍‌ଯାୟୀ କାମ କରିବା ପାଇଁ  ମତ ବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ସନାତନ ଠାକୁର ନିଜ ବକ୍ତବ୍ୟରେ ସେବା ଏକ ସ୍ୱର୍ଗୀୟ ଗୁଣ ଓ ଏହା ଦ୍ୱାରା ମନୁଷ୍ୟ ଦିବ୍ୟାନନ୍ଦ ଲାଭ କରେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଡିଏସଏସ ନିଳମଣୀ ପଟେଲ, ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ସୁବାସ ଚନ୍ଦ୍ର ପଟେଲ,    ମଣ୍ଟେଶ୍ୱରୀ ସ୍କୁଲର ଅଧ୍ୟକ୍ଷ ରବିଚନ୍ଦ୍ର ଉଦ୍‌ଗାତା,  ପ୍ରାଇଭେଟ ସ୍କୁଲ ଏସୋସିଏସନ  ସଂପାଦକ ସୁରେନ୍ଦ୍ର କୁମାର ସାହୁ, ୟୁଥ ରେଡକ୍ରସ ର ଜିଲ୍ଲା ସଂଯୋଜକ ଗୋପାଳ ବେହେରା, ରାଜ୍ୟ ସାଧନ କର୍ମୀ ସରୋଜକାନ୍ତ ରଥ ପ୍ରମୁଖ  ଯୋଗ ଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବର୍ଗର ଦୁଃସ୍ତ, ପୀଡିତ ଲୋକମାନଙ୍କର ସେବା କରିବା ପାଇଁ ରେଡକ୍ରସ ସବୁବେଳେ ଅନୁପ୍ରେରିତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ ।  କାର୍ଯ୍ୟକ୍ରମର ସଂଯୋଜନା ଶରତ ମେହେର କରିଥିବା ବେଳେ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର  ସୁବାଷ ଚନ୍ଦ୍ର ପଟେଲ ବିବରଣୀ ପଠନ ଓ ଧନ୍ୟବାଦ ଦେଇଥିଲେ ସାଧନକର୍ମୀ ରବିନ୍ଦ୍ର ଠେଟୁଆଲ ।   ପରାମର୍ଶଦାତା  ଘନଶ୍ୟାମ ମେହେର, ରଞ୍ଜିତ ମିଶ୍ର,  ରାମ ନାରାୟଣ ଦାଶ ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୩୦ ଜଣ ପରାମର୍ଶଦାତା, ୪ ଜଣ ଅଫିସିଆଲ ଓ ୫ ଜଣ ସାଧନକର୍ମୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଛନ୍ତି । ଏହି ଶିବିରରେ ପୂର୍ବତନ ଜୁନିୟର ରେଡକ୍ରସ ଅଫିସର ଧରମସିଂ ମିଶ୍ର ଯୋଗ ଦେଇ ରେଡକ୍ରସର ସ୍ୱାସ୍ଥ୍ୟ, ସେବା ଓ ବିଶ୍ୱବନ୍ଧୁତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜାତୀୟ ସାଧନ କର୍ମୀ ସତ୍ୟ ନାରାୟଣ ହୋତା ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ ଓ ରାଜ୍ୟ ଜୁନିୟର ରେଡକ୍ରସ ସଂଯୋଜକ ଲକ୍ଷ୍ମଣ ସ୍ୱାଇଁ ମାନବ ସେବାକୁ ବ୍ରତ ରୂପେ ଗ୍ରହଣ କରି ସେବା ଧର୍ମରେ ଦୀକ୍ଷିତ ହେବା ପାଇଁ ଆହ୍ୱାନ ଦେଇଥିଲେ ।  ଏହି ୫ ଦିନିଆ ତାଲିମ ଶିବିରରେ ସାଧନକର୍ମୀ ସୁବାଷ ପଟେଲ, ବିକାଶ ସାହୁ, ରବିନ୍ଦ୍ର ଠେଟୁଆଲ, ଶରତ ମେହେର, ଘନଶ୍ୟାମ ମେହେର, ରାମ ନାରାୟଣ ଦାଶ ପ୍ରମୁଖ ପରାମର୍ଶଦାତାମାନଙ୍କୁ ରେଡକ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ଫାଷ୍ଟ-ଏଡ, ଆକସ୍ମିକ ଦୁର୍ଘଟଣା ଓ ପ୍ରାକୃତିକ ବିପର୍ଯ୍ୟୟ, ସ୍ୱାସ୍ଥ୍ୟ ସଚେତନତା, ରାସ୍ତା ନିରାପତ୍ତା, ଟ୍ରାଫିକ ନିୟନ୍ତ୍ରଣ, ନେତୃତ୍ୱ ବିକାଶ, ଆଧ୍ୟାତ୍ମିକ ଓ ନୈତିକ ଶିକ୍ଷା, ସାଂସ୍କୃତିକ ଆଦାନ ପ୍ରଦାନ, ସେବା ଉନ୍ନୟନ, ଲାଇଫ-ସ୍କିଲ ଉପରେ ତାଲିମ ପ୍ରଦାନ କରିଥିଲେ । ଅଗ୍ନିଶମ ବିଭାଗ, ଓଡ୍ରାଫ ତରଫରୁ ଆକସ୍ମିକ ଦୁର୍ଘଟଣା, ବ୍ଲଡ ବ୍ୟାଙ୍କ ତରଫରୁ ଆରତୀ ପଣ୍ଡା ଓ ରଂଜନ ବରାଡ ରକ୍ତଦାନ ସମ୍ପର୍କରେ, ଶିଶୁ ସୁରକ୍ଷା ଅଧିକାରୀ ଯୁଗେଶ୍ୱର ମହାନ୍ତି ଶିଶୁ ସୁରକ୍ଷା ସମ୍ପର୍କରେ,   ସୋନପୁର ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପ୍ରାଥମିକ ଚିକିତ୍ସା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026
  ରାଜ୍ୟ  
ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ   27-Sep-2026
  ଜିଲ୍ଲା  
ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   27-Sep-2026
  ଜିଲ୍ଲା  
ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026

You Might Also Like