-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
10-Mar-2021
ପାଟଣାଗଡ଼ ( ଗୋରେଖନାଥ ବରିହା) ତେଲେଙ୍ଗାନାରେ ଫସିରହିଥିବା ପାଟଣାଗଡ଼, ବେଳପଡ଼ା ଅଞ୍ଚଳର ୩୫ ଦାଦନ ଶ୍ରମିକ କୁ ଉଦ୍ଧାର କାର୍ଯ୍ୟ ଜାରିରହିଛି।ସ୍ୱେଚ୍ଛାସେବୀ ଭୋଜରାଜ ବରିହା ଅନେକ ଖବରକାଗଜ ସୋସିଆଲ ମିଡ଼ିଆରେ ପ୍ରଚାର ପ୍ରସାର କଲାପରେ ପରେ ମଧ୍ୟ ପ୍ରଶାସନ ନିରବ ଦ୍ରଷ୍ଟା ଥିବାବେଳେ ଶ୍ରୀ ବରିହା ପାଟଣାଗଡ଼ର ଜଣେ ସମାଜ ସେବୀ ଜନସନ ନାଗଙ୍କ ସହ ଯୋଗାଯୋଗ କରି ଉଦ୍ଧାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି ତାଙ୍କ କହିବା ଅନୁଯାୟୀ ତିନି ପର୍ଯ୍ୟାୟ ଅନୁଯାଇ ଉଦ୍ଧାର କାର୍ଯ୍ୟ କରାଯିବ, ପ୍ରଥମ ପର୍ଯ୍ୟାୟରେ ବରଗଡ଼ ଜିଲ୍ଳାର ଦାଦନ ଶ୍ରମିକ ଉଦ୍ଧାର କରାଯାଇ ଥିବା ବେଳେ ଦୂତୀୟ ତୃତୀୟ ପର୍ଯ୍ୟାୟରେ ଖପ୍ରାଖୋଲ, ବେଳପଡ଼ା, ପାଟଣାଗଡ଼ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯିବ ସୂଚନା ମିଳିଛି। ବର୍ତ୍ତମାନ ୩୫ରୁ ଉର୍ଦ୍ଧ୍ବ ଦାଦନ ଶ୍ରମିକ ଉଦ୍ଧାର କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି। ସମାଜ ସେବୀ ଜନସନ ନାଗଙ୍କ କହିବା ଅନୁଯାୟୀ ଦିନକୁ ଦିନ ବଲାଙ୍ଗୀର ଜିଲ୍ଲାରେ ଯୌତୁକ ପ୍ରଥା ବୃଦ୍ଧି ପାଉଥିବା ବେଳେ। ବାଧ୍ଯ ହୋଇ କନ୍ୟାର ମାତା ପିତା ପରିବାର ଲୋକେ ବାଧ୍ୟ ହୋଇ ଦାଦନ ମୁହାଁ ହେଉଥିବା ଏକ କାରଣ। ଯେତେ ଦିନ ପର୍ଯ୍ୟନ୍ତ ଯୌତୁକ ପ୍ରଥା ରୋକ ନଲଗାଯାଏ ତେବେ ଦାଦନ ରୋକିବା ଅସମ୍ଭବ ବୋଲି ଶ୍ରୀ ନାଗ କହିଥିଲେ।