-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ଆସିକା,(ପ୍ରେରଣା ଖବର) : ଗଞ୍ଜାମ ଜିଲ୍ଲା ଆସିକା ଥାନା ନୂଆଗାଁ ରଘୁନାଥ ସାହି ତୁଳସୀ ମଣ୍ଡପ ନିକଟରେ ଗୁରୁବାର ରାତ୍ରିରେ ବୋମାମାଡ ହୋଇଛି । ରାତି ପ୍ରାୟ ଗୋଟାଏରେ ବୋମା ମାଡ଼ ହୋଇଥିବା ସୂଚନା ମିଳିଛି ।
କୌଣସି ଅଜଣା ଦୁର୍ବୃତ୍ତ ଆସି ବୋମା ମାଡ କରି ଫେରାର ହୋଇଯାଇଛନ୍ତି । ବୋମାମାଡ ପରେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ସେପଟେ ଶୁକ୍ରବାର ସକାଳୁ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ଛାନଭିନ ଜାରିରଖିଛି । କିନ୍ତୁ ଏହି ବୋମା ମାଡ଼ କିଏ ଏବଂ କାହିଁକି କଲା ତାହା ସ୍ପଷ୍ଟ ହୋଇନାହିଁ ।