-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
05-Mar-2021
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ) ସମ୍ବଲପୁର କୁଚିଣ୍ଡା ଥାନା କୁର୍ମୀମୁଣ୍ଡା ନିକଟରେ ଦୁର୍ଘଟଣା । ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ବାମରା ବ୍ଲକ କେଶେଇବାହାଲ ନିକଟସ୍ଥ ବଳଦମରା ଗ୍ରାମର ସୁଜନ ଧୁରୁଆଙ୍କ ଆସନ୍ତା 20ତାରିଖରେ ବିବାହ ହୋଇଥିଲା । ଏକ ସ୍କୁଟିରେ ସୁଜନ ସହିତ ରବି ମୁଣ୍ଡା ନିମନ୍ତ୍ରଣ କାର୍ଡ ବାଣ୍ଟୁଥିଲେ।
ସେମାନେ କୁର୍ମୀମୁଣ୍ଡା ନିକଟସ୍ଥ ବୁଲାଣୀରେ ଭାରସାମ୍ୟ ହରାଇ ଜମିରେ ଖସି ପଡିଥିଲେ। ସେମାନଙ୍କୁ କର୍ମଚାରୀ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ରବି ମୁଣ୍ଡାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସୁଜନ ଧୁରୁଆ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।