-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ସୋନପୁର(ପ୍ରେରଣା ଖବର)- ସୋନପୁର ସଦର ଧର୍ମଶାଳା ସ୍ଥିତ ପଂଚାୟତ ନୋଡାଲ ହାଇସ୍କୁଲରେ ଏକ ପଂଚ ଦିବସୀୟ ଜୁନିଅର ରେଡକ୍ରସ ପରାମର୍ଶଦାତା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ୩୦ ଜଣା ଶିକ୍ଷକ ଏହି ଶିବିରରେ ଅଂଶଗ୍ରହଣ କରୁଅଛନ୍ତି । ଓଡିଶା ରାଜ୍ୟ ଶଖାର ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ଅନୁଷ୍ଠିତ ହୋଇଥିବା ଉଦଘାଟନ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପୁଷ୍ପା ମିଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଅଛନ୍ତି । ସମ୍ମାନୀତ ଅତିଥି ଭାବରେ ଉଲୁଣ୍ଡା ଗୋଷ୍ଠି ଶିକ୍ଷାଧିକାରି ରାଜେନ୍ଦ୍ର କୁମାର ମିଶ୍ର, ବୀରମହାରାଜପୁର ବ୍ଲକ ଶିକ୍ଷା
ଅଧିକାରୀ ସାନ୍ତନୁ କୁମ୍ଭକାର, ଜିଲ୍ଲା ଜୁନିଅର ରେଡକ୍ରସ ସଂପାଦକ ହିମାଂଶୁ ଶେଖର କର ପ୍ରମୁଖ ଯୋଗଦାନ କରିଅଛନ୍ତି । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିବା ବେଳେ ଧର୍ମଶାଳାର ହାଇସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ମେହେର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାଧନକର୍ମି ଅନୁପ୍ରୀୟା ମିଶ୍ର, ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ସହ ଯୋଗ କରିଅଛନ୍ତି । ପରିଶେଷରେ ବରିଷ୍ଠ ସାଧନ କର୍ମି ଝସକେତନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।