-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
04-Mar-2021
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର): କିଛିଦିନ ତଳେ ଦୁର୍ବୃତ୍ତ ମାନଙ୍କ ଦ୍ଵାରା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଗେଟ୍ ଓ ମାନଚିତ୍ର ଭଙ୍ଗା ରୁଜା ହୋଇଥିଲା। ଏନେଇ ଛାତ୍ର କଂଗ୍ରେସର ଓ ଛାତ୍ର ବିଜେଡ଼ି ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହିତ ବିରୋଧ ମଧ୍ୟ କରାଯାଇଥିଲା । ପ୍ରାଶାସନିକ ଅପାରଗତା ବିରୁଦ୍ଧରେ ଆଜି ବିଶ୍ୱବିଦ୍ୟାଳୟ ର ଛାତ୍ରଛାତୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପରିସରରେ ଅଣ ଛାତ୍ର ପ୍ରବେଶକୁ ବନ୍ଦ କରିବା, ସିକ୍ୟୁରିଟି ଗାର୍ଡ ମୁତୟନ, ପ୍ଲାଟିନମ୍ ଜୁବୁଲି ଗେଟ ର ତୁରନ୍ତ ମରାମତି ଏବଂ ବିଶ୍ୱବିଦ୍ୟାଳୟ ପରିସରରେ ସିସି ଟିଭି ଲଗାଇବା ଆଦି ଦାବି ନେଇ ଆଜି ଛାତ୍ରଛାତ୍ରୀ ମାନେ ଗେଟ୍ ସମ୍ମୁଖରେ ଟେଆର୍ ଜାଳି ରାସ୍ତା ଅବରୋଧ କରିଥିଲେ । ଏଥି ଯୋଗୁଁ ଉଭୟ ପଟେ ଗାଡି ଭିଡ଼ ଦେଖିବାକୁ ମିଳିଥିଲା। ଦିର୍ଘ ୩ ରୁ ୪ ଘଣ୍ଟା ଅବରୋଧ ପରେ ଟାଉନ୍ ଥାନା ଆଇଆଇସି ସଂଗ୍ରାମ କେଶରୀ ପଟ୍ଟନାୟକ ଘଟଣା ସ୍ଥଳରେ ପହଞ୍ଚି ଗେଟିଏ ହୋମଗାର୍ଡ ଓ କନେଷ୍ଟବଲ ଦେବାପାଇଁ ପ୍ରସ୍ତୁତି ଦେଲା ପରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ।