-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ଗୁଡ଼ଭେଲା (ପ୍ରେରଣା ଖବର) : ଗୁଡ଼ଭେଲା ବ୍ଲକ ଜାମୁଟ ଠାରୁ ଗମ୍ଭାରୀଗୁଡ଼ା ବଲାଙ୍ଗୀର ର ସୀମାନ୍ତ ପଞ୍ଚାୟତର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ବିପର୍ଯ୍ୟସ୍ତ ହୋଇପଡିଛି l ପ୍ରତିଦିନ ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଅଞ୍ଚଳର ଶତାଧିକ ଲୋକ ଏ ରାସ୍ତାରେ ଯା ଆସ କରନ୍ତି, ରାସ୍ତାରୁ ପିଚୁ ଉଠିଯାଇ ସ୍ଥାନେ ସ୍ଥାନେ ଦବିଯାଇ ଗେଟି ପଥର ବାହାରି ଯାଇଛି, ଏଥି ପାଇଁ ଅନେକ୍ ବାଟୋଇ ଦୁର୍ଘଟଣା ର ସମ୍ମୁଖିନ ହୋଇଛନ୍ତି, ବଲାଙ୍ଗିର ଜିଲ୍ଲାର ନାଗଡା, ଗଭାସରା, ଠେଲକୋଭେଳା,ରାକସିଭଟ ଆଦି ଗାଁ କୁ ଯିବାକୁ ହେଲେ ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ ଥିବାବେଳେ ସାଧାରଣ ଲୋକେ ରାସ୍ତା ଟିଏ ପାଇଁ ବଡ଼ ଅସୁବିଧା ଭୋଗୁଛନ୍ତି lତୁରନ୍ତ ଏହାର୍ ମରାମତି ପାଇଁ ଅଞ୍ଚଳର ଜନସାଧାରଣଙ୍କ ଠାରୁ ଦାବୀ ହେଉଛି