-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ବୌଦ୍ଧ,(ପ୍ରେରଣା ଖବର ବ୍ୟୁରୋ) – ଆଜି ଭୋର ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ତେଲିବନ୍ଧ ଗ୍ରାମପଂଚାୟତ କମଳପୁର ଠାରେ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ କାରରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର ୫୭ରେ ଏକ କାର୍ ଓଡି ୦୨ ବି ୯୯୦୦ ବୌଦ୍ଧପଟରୁ ସୋନପୁର ଅଭିମୁଖେ ଯାଉଥିବା ବେଳେ କମଳପୁର ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ୱକୁ ଖସି ପଡିଥିଲା । ଡ୍ରାଇଭରର ଆଖି ଲାଗି ଯିବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ଭୋର ପ୍ରାୟ ୫ ଘଣ୍ଟା ସମୟରେ ଘଟିଥିବା କୁହାଯାଉଥିଲେ ମଧ୍ୟ ଯାତ୍ରୀ ମାନଙ୍କ ପରିଚୟ ଜଣାପଡିନାହିଁ । କାରଟି ବଲାଙ୍ଗୀର ଅଭିମୁଖେ ଯାଉଥିବା ସୁଚନା ମିଳିଛି । କାର୍ ପାଖରେ କେହିନଥିବା ଦେଖିବାକୁ ମିଳିଛି ।