-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
03-Mar-2021
ଭଞ୍ଜନଗର(ପ୍ରେରଣା ଖବର) : ସ୍କୁଲରେ ୨ ଛାତ୍ର ମଧ୍ୟରେ ଗଣ୍ଡଗୋଳକୁ ନେଇ ଛୁରାମାଡ଼ ହୋଇଛି । ଫଳରେ ୧୦ମ ଶ୍ରେଣୀ ଛାତ୍ର ଅମିତ ନାୟକ ଗୁରୁତର ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଥାନା ବଡବୋରସିଙ୍ଗ ଗ୍ରାମ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଛାତ୍ରଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍କୁଲରେ ଡ୍ରିଲ୍ କ୍ଲାସ ହେବା ସମୟରେ ଘଟିଛି ଏଭଳି ଘଟଣା । ଶୁଭମ୍ ଭୋଳ ନାମକ ଛାତ୍ର ଅମିତର ପେଟରେ ଛୁରା ଭୁଷିଥିବା ଅଭିଯୋଗ ହୋଇଛି ।