-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ମୁନିଗୁଡା(ପ୍ରେରଣା ଖବର) : ରାୟଗଡାରେ ଲଜ୍ଜା । ୭୦ ବର୍ଷ ବୟସ୍କ ବିଧବା ବୃଦ୍ଧାଙ୍କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଛି। ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ବାଣପୁର ଗ୍ରାମରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।
ସୂଚନାଯୋଗ୍ୟ ଯେ, ଣପୁର ଗ୍ରାମର ଜଣେ ବିଧବା ମହିଳା ରାରେ ଶୌଚ ପାଇଁ ବାହାରକୁ ଯାଇଥିବା ସମୟରେ ସେହି ଗ୍ରାମର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ବୃଦ୍ଧା ଜଣଙ୍କ ବିଷମକଟକ ଥାନାରେ ଅଭିଯୋଗ କରିଛନ୍ତି । ଗତ ୨୧ ତାରିଖ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏହି ଘଟଣାକୁ ନେଇ ଗ୍ରାମରେ ଏକ ବୈଠକ ବସାଇ ସମାଧାନ କରିବା ଉଦ୍ୟମ କରାଯାଉଥିବା ବେଳେ ସେଠାରୁ ଅଭିଯୁକ୍ତ ବିଶ୍ଵନାଥ କାଡ୍ରାକା ଫେରାର ହୋଇଯାଇଥିଲେ । ତେଣୁ ଗ୍ରାମର ମହିଳା ସଂଘର ସହାୟତାରେ ବିଷମକଟକ ଥାନାରେ ଅଭିଯୋଗ କରାଯିବା ପରେ ପୋଲିସ ଏକ ମାମଲା ରୁଜୁ କରାଯାଇଥିଲା । ପରେ ଉଭୟଙ୍କ ଡାକ୍ତରୀ ମାଇନା କରି ବୃଦ୍ଧାଙ୍କ ୧୬୪ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ବିଶ୍ଵନାଥ କାଡ୍ରାକାଙ୍କ ନାଁରେ ବିଷମକଟକ ଥାନାରେ ଆଇପିସି ଧାରା ୩୭୬/୩୪୧ ମାମଲା ରୁଜୁ କରି ତାକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।