-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
କୋକସରା(ତ୍ରିନାଥ ଵେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାମାଲ ଗାଁରେ ଆଜି ସକାଳୁ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଗ୍ରାମର କାମେଶ୍ୱର କନ୍ଦପାନଙ୍କ +୨ ରେ ପଢ଼ୁଥିବା ଝିଅ ଟ୍ବିଙ୍କିଲ (୨୩) ଆଜି ସକାଳୁ ରୋଷେଇ ଘରେ ଥିବା ସମୟରେ ନିଆଁ ଲାଗି ଯାଇଥିଲା ଏବଂ ନିଆଁରେ ପୋଡି ଯୁବତୀ ଜଣକ ଜୀବନ୍ତ ଦ୍ବଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ।
ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ଆସିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ। ତେବେ ନିଆଁ ଲାଗିବା କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ଥିବା ବେଳେ ରନ୍ଧନ ଗ୍ୟାସ ଲିକେଜ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ଓ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ପଠାଇଛି। ଯୁବତୀଙ୍କ ଆକସ୍ମିକ ମୃତ୍ୟୁ ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।