-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ): ଦୀର୍ଘ ତିନି ଦଶନ୍ଧିରୁ ଉଭୟ ହିନ୍ଦୀ ଓ ଓଡ଼ିଆ କବିତାରେ ସକ୍ରିୟ ରହିବା ସହ ଏକାଧିକ ପୁସ୍ତକର ଲେଖକ ତଥା ମହୁରି ପତ୍ରିକାର ମୁଖ୍ୟ ସମ୍ପାଦକ କବି ଭବାନୀଶଙ୍କର ନିଆଲଙ୍କ କବିତା ସର୍ବିଆ ଭାଷାରେ ଅନୂଦିତ ହୋଇଯାଇଛି। ଗତ କିଛିଦିନ ତଳେ ଇଟାଲୀ ଭାଷାରେ ତାଙ୍କ କବିତା ଅନୂଦିତ ହୋଇ ସମଗ୍ର ଇଟାଲୀରେ ବେଶ ପ୍ରସଂଶା ସାଉଁଟିଥିଲା। କ୍ରମାଗତ ଭାବେ ଇଂରାଜୀ, ଇଟାଲୀ ପରେ ସର୍ବିଆ ଭାଷାରେ ଅନୂଦିତ ହେବା ଏକ ଗୌରବର ବିଷୟ। ଉକ୍ତ କବିତା ଗୁଡିକ ଇଂରାଜୀରେ ଅଧ୍ୟାପକ ଗୋବିନ୍ଦ ସାହୁ, ଇଟାଲୀରେ କବି ଇମାନୁଏଲା ରିଜୋ ଏବଂ ସର୍ବିଆରେ ପ୍ରଖ୍ୟାତ କବି ତଥା ଅଧ୍ୟାପିକା ସୋଭା ସୋଭକା ସୋଭିକ ଅନୁବାଦ କରିଛନ୍ତି। କବିଙ୍କ ଏହି ସଫଳତାରେ ରାଜ୍ୟ ଓ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଥାଉକି ସର୍ବିଆ ଭାଷା ୟୁରୋପୀୟ ଦେଶର ସର୍ବିଆ, ବୋଷନିଆ, ହରଜୋଗୋଭିନା, ମଣ୍ଟେନେଗ୍ରୋ, ପ୍ରୋଟିଆ ହଙ୍ଗେରୀ, ସ୍ଲୋଭାକିଆ, ମେସିଡୋନିଆ, ରୋମାନିଆ ଏହି ଦେଶ ମାନଙ୍କର ମୁଖ୍ୟ ସରକାରୀ ଭାଷା।