-+91-9937148622 |

prerana_bgr@rediffmail.com |

  Friday 9th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   (08-Oct-2026)       ||      କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||     

HOME   ଜିଲ୍ଲା

ଜଙ୍ଗଲ ଜଳୁଛି, ବନ ବିଭାଗ ନିରବଦ୍ରଷ୍ଟା : ନିଆଁଲିଭା ଖର୍ଚ୍ଚ ବାବଦକୁ ୩୦ ଲକ୍ଷ ଟଙ୍କା ଚଳୁ!

01-Mar-2021



ଫୁଲବାଣୀ(ପ୍ରେରଣା ଖବର) : ଗ୍ରୀଷ୍ମଦିନ ଆରମ୍ଭ ନ ହେଉଣୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ବନ ବିଭାଗ ଏ ନେଇ ନିରବଦ୍ରଷ୍ଟା ସାଜିଛି। ଜିଲ୍ଲାରେ ଯେଉଁ ପରିମାଣରେ ବନୀକରଣ ଯୋଜନାରେ ନୂତନ ବୃକ୍ଷ ରୋପଣ ହେଉଛି, ସେଥିରୁ ଅଧିକାଂଶ ଗଛ ମରି ଯାଉଥିବା ବେଳେ ବନାଗ୍ନି ଯୋଗୁଁ ବ୍ୟାପକ ଜଙ୍ଗଲ ନଷ୍ଟ ହେଉଛି। କନ୍ଧମାଳ ଜିଲ୍ଲ‌ା ପାହାଡ଼ ଓ ଜଙ୍ଗଲରେ ପରିପୂର୍ଣ୍ଣ ଥିବାରୁ ଏଠାରେ ଆଜି ପର୍ଯ୍ୟନ୍ତ ଶୀତ ଅନୁଭୂତ ହେଉଛି। ତେବେ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା ମିଳିଛି। ରବିବାର ଦିନତମାମ୍‌ ଫୁଲବାଣୀ ଫରେଷ୍ଟ ଡିଭିଜନ ଅନ୍ତର୍ଗତ କଟ୍ରିଙ୍ଗିଆ ମାଟିଘାଟି ଏବଂ ଗୋଛାପଡ଼ା ରେଞ୍ଜ୍‌ ଅନ୍ତର୍ଗତ ଗୋଛାପଡ଼ାର ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି। ସେହିଭଳି ଫୁଲବାଣୀରୁ ଫିରିଙ୍ଗିଆ ମଧ୍ୟରେ ଏବଂ ଫିରିଙ୍ଗିଆରୁ ସାରଙ୍ଗଡ଼ ଓ କ. ନୂଆଗାଁ ମଧ୍ୟରେ ଅନେକ ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଛି। ବାଲିଗୁଡ଼ାରୁ ତୁମୁଡ଼ିବନ୍ଧ ମଧ୍ୟରେ କେତେକ ସ୍ଥାନରେ ମଧ୍ୟ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳିଛି। ତେବେ ଜଙ୍ଗଲ ଜଳୁଥିବା ବେଳେ ବନବିଭାଗ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛି। ଏଣେ ନିଆଁ ଲିଭା ବାବଦକୁ ଜଙ୍ଗଲ ବିଭାଗକୁ ଆସିଥିବା ୩୦ ଲକ୍ଷ ଟଙ୍କା ଅନୁଦାନ ପ୍ରକୃତ ପକ୍ଷେ ବିନିଯୋଗ କରାଯିବା ବଦଳରେ ଚଳୁ ହୋଇ ଯାଉଥିବା ଅଭିଯୋଗ ହୋଇଛି। ଜଙ୍ଗଲରେ ନିଆଁ ଲାଗିବା ଫଳରେ ବହୁ ମୂଲ୍ୟବାନ ଶାଳ, ଶାଗୁଆନ, ଔଷଧୀୟ ବୃକ୍ଷ ପୋଡ଼ି ଧ୍ବଂସ ପାଇଯାଉଛି। ବନ୍ୟଜନ୍ତୁଙ୍କ ଜୀବନ ବିପଦରେ। କେତେକ ସ୍ଥାନରେ ମହୁଲ ତୋଳିବା ପାଇଁ ସ୍ଥାନୀୟ ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ କେତେକ ସ୍ଥାନରେ ଶିକାରୀ ଏବଂ ଆଉ କେତେକ ସ୍ଥାନରେ କାଠ ଅଙ୍ଗାର ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦିଆ ଯାଉଥିବା ସୂଚନା ମିଳିଛି। ଅପରପକ୍ଷେ, ଜଙ୍ଗଲରେ ନିଆଁ ବ୍ୟାପିଥିବା ସତ୍ତ୍ବେ ବନବିଭାଗ ଅଧିକାରୀଙ୍କ ନିକଟରେ ସୂଚନା ନାହିଁ। କଟ୍ରିଙ୍ଗିଆ ମାଟିଘାଟି ଜଙ୍ଗଲରେ ନିଆଁ ବ୍ୟାପିବା ସମ୍ପର୍କରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ଲକ୍ଷ୍ମୀ ନାରାୟଣ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଏ ସମ୍ପର୍କରେ ଜାଣି ନଥିବା କହିଥିଲେ। ତେବେ ଏଠାରେ ତୁରନ୍ତ ନିଆଁ ଲିଭାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଅପରପକ୍ଷେ, ଜଙ୍ଗଲ ନିଆଁ ଲିଭାଇବା ବାବଦରେ ଚଳିତ ବର୍ଷ ଫୁଲବାଣୀ ଫରେଷ୍ଟ୍‌ ଡିଭିଜନ୍‌ ୧୫ ଲକ୍ଷ ଟଙ୍କା ଆର୍ଥିକ ରାଶି ପାଇଛି। ସେହିଭଳି ବାଲିଗୁଡ଼ା ଫରେଷ୍ଟ ଡିଭିଜନ ମଧ୍ୟ ୧୫ ଲକ୍ଷ ଟଙ୍କା ପାଇଛି। କନ୍ଧମାଳ ଜିଲ୍ଲାର ଏହି ଦୁଇଟି ବନଖଣ୍ଡ ଜଙ୍ଗଲ ନିଆଁଲିଭା ବାବଦକୁ ୩୦ ଲକ୍ଷ ଟଙ୍କା ପାଇଥିଲେ ମଧ୍ୟ ବାସ୍ତବରେ ଏହା ଖର୍ଚ୍ଚ ନ ହୋଇ କିଛି ଅଫିସରଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ହେଉଛି। ଏହି ଟଙ୍କାରେ ବନ କର୍ମଚାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ସ୍ବୟଂ ସହାୟକଙ୍କୁ ନିଆଁଲିଭା କାମରେ ନିୟୋଜିତ କରାଯାଇଥାଏ। ସେମାନଙ୍କୁ ପାଣି ଟ୍ୟାଙ୍କର ସହ ଅନ୍ୟାନ୍ୟ ଅଗ୍ନି ନିର୍ବାପକ ସାମଗ୍ରୀ ଯୋଗେଇ ଦିଆଯାଇଥାଏ। ଏହା ସହିତ ଜଙ୍ଗଲ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକମାନଙ୍କୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅର୍ଥ ଖର୍ଚ୍ଚ ହୋଇଥାଏ। ମାତ୍ର କନ୍ଧମାଳ ଜିଲ୍ଲାର ଏହି ଦୁଇ ବନଖଣ୍ଡରେ ଏହାର ବ୍ୟତିକ୍ରମ ଦେଖା ଦେଇଥିବାର ଅଭିଯୋଗ ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ର ପ୍ରଭାବ, ଲୋଇସିଂହା ରେ ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ   08-Oct-2026
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026
  ଜିଲ୍ଲା  
ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   08-Oct-2026
  ଜିଲ୍ଲା  
ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   08-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ   08-Oct-2026

You Might Also Like