-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
01-Mar-2021
ବାଲିଗୁଡା(ପ୍ରେରଣା ଖବର): ଜାତୀୟ ବିଜ୍ଞାନ ଦିବସ ଅବସରରେ ଜି .ଉଦୟଗିରିର କଳିଙ୍ଗ ମହାବିଦ୍ୟାଳୟ ଓ ଗଣପତି ସାବତ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟ ପରିସରରେ ୨ ଦିନ ଧରି ଚାଲିଥିବା ବିଜ୍ଞାନ ପ୍ରଦର୍ଶନୀ ମେଳା ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଶୁଧାଂଶୁ ଶେଖର ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବିଜ୍ଞାନ ମେଳାରେ ମୂଖ୍ୟ ଅତିଥି ଭାବେ ରାଇକିଆ ଜୀବନଜ୍ୟୋତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ପ୍ରଦୀପ କୁମାର ନାୟକ ଯୋଗଦେଇ ଆନୁଷ୍ଠାନିକ ଭାବେ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ଶିକ୍ଷକ ବଳରାମ ସାହୁ,ମହାବିଦ୍ୟାଳୟରଅଧ୍ୟାପକ ଦିଲ୍ଲୀପ ମହାପାତ୍ର ଓ ଫିଜିକ୍ସ ଅଧ୍ୟାପକ ଭେଙ୍କଟ ରମଣ ପଟ୍ଟନାୟକ ମଞ୍ଚାସୀନ ଥିଲେଅତିଥି ବୃନ୍ଦ ବିଜ୍ଞାନର ଆବଶ୍ୟକତା କଣ, ଏହା ଦ୍ବାରା ଆମେ କି ସୁଫଳ ପାଉଛେ ଏବଂ ଏହାର ପାର୍ଶ୍ବ ପ୍ରତିକ୍ରୀୟା କଣ ରହିଛି, ସେ ବିଷୟରେ ନିଜ ନିଜ ବକ୍ତବ୍ୟରେ କହିଥିବା ବେଳେ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିବା ସହ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଆଜିର ମେଳାରେ ସହରର ଉଚ୍ଚ ବିଦ୍ୟାଳୟ ଓ କଳିଙ୍ଗ ମହାବିଦ୍ୟାଳୟର ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀଙ୍କ ତରଫରୁ ପ୍ରାୟ ୨୫ଟି ପ୍ରକଳ୍ପ ସ୍ଥାନ ପାଇଥିବା ଜଣାପଡିଛି। ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏହି ବିଜ୍ଞାନ ମେଳାକୁ ଦେଖିବାକୁ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସର ଶିକ୍ଷକ ଶ୍ରୀ ସାହୁ ବିଜ୍ଞାନ ଭିତିକ ମ୍ୟାଜିକ ଦେଖାଇବା ସହ ଏହି କାର୍ଯ୍ୟକ୍ରମ ଉଦଯାପନ ହୋଇଥିଲା ।