-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
କୋଦଳା:(ପ୍ରେରଣା ଖବର): କୋଦଳା ତହସିଲଦାର ଅବନୀ କୁମାର ସାହୁ ଓ କୋଦଳା ଏନଏସି ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ୱାବଧାନ ରେ କରୋନା ସଚେତନତା ଶିବିର ତହସିଲ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି |ବେଗୁନିଆପଡା ବ୍ଲକ ବିଡ଼ିଓ ବେଦବର ପ୍ରଧାନ,ବ୍ଲକ ଶିକ୍ଷ୍ୟାଧିକାରୀ କମଳା କାନ୍ତ ସାହୁ, ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ, କୋଦଳା ଥାନା ସବଇନିସ୍ପେକ୍ଟର ଅନିଲ କୁମାର ସାହୁଙ୍କ ଉପସ୍ଥିତି ରେ ବେଗୁନିଆପଡା ବ୍ଲକ ର ସମସ୍ତ ସରପଞ୍ଚ, ସମିତିସଭ୍ୟ,ପଞ୍ଚାୟତ ପ୍ରତିନିଧି,ସାମ୍ବାଦିକ,ଅଙ୍ଗନବାଡି କର୍ମୀ,ଶିକ୍ଷକ/ଶିକ୍ଷୟତ୍ରୀ, ଅଧ୍ୟାପକ /ଅଧ୍ୟାପିକା,ବଣିକ ସଙ୍ଘ,ମନ୍ଦିର ପରିଚାଳନା କମିଟି, କୋଚିଂ ସେଣ୍ଟର, କଲ୍ୟାଣ ମଣ୍ଡପ କର୍ମକର୍ତ୍ତା,ଟେଣ୍ଟ ହାଉସ, ଅଟୋ ମାଲିକ ସଙ୍ଘ କର୍ମକର୍ତ୍ତା ମାନଙ୍କୁ ନେଇ ସାମ୍ପ୍ରତିକ ପରିସ୍ଥିତି ରେ କୋଭିଡ 19 ସଂକ୍ରମଣ ରୋକିବା ଓ ଏହା ବିରୁଦ୍ଧରେ ସଂଗ୍ରାମ କୁ ଅଧିକ ସଶକ୍ତ କରିବା ସକାଶେ ଏହି ସଚେତନତା ଶିବିର ରେ ସମସ୍ତଙ୍କୁ ଅବଗତ କରାଯାଇଥିଲା |ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କରୋନା ଯୋଦ୍ଧା ନିଜର ସାମର୍ଥ୍ୟ ମୁତାବକ କାର୍ଯ୍ୟକରୀ ଭୟଙ୍କର କରୋନା ମହାମାରୀ ଦାଉରୁ ଯେମିତି ରକ୍ଷା କରିଥିଲେ ଠିକ ସେମିତି ସତର୍କତା ଅବଲମ୍ବନ କରି ଜିଲ୍ଲା ପ୍ରଶାସନ ର ପଞ୍ଚସୁତ୍ରୀ ନିୟମ ପାଳନ କରି ମାସ୍କ, ସାମାଜିକ ଦୂରତ୍ୱ ବଜାୟ ରଖି ନିଜକୁ ଓ ନିଜ ପରିବାର କୁ ବଞ୍ଚାଇବା ସହିତ ଅନ୍ୟ କୁ ବଞ୍ଚାଇବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ |ବର୍ତ୍ତମାନ ସାମ୍ପ୍ରତିକ ପରିସ୍ଥିତିରେ ସଂକ୍ରମଣ ଯେହେତୁ ଲେଉଟିଲାଣି ଓ ଆମଦେଶ ର କେତେକ ରାଜ୍ୟ ରେ ଘନୀଭୂତ ହେଲାଣି ତେଣୁ ଏହି ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ କୁ ଏଡାଇବା ପାଇଁ ଓଡିଶା ସରକାର ମଧ୍ୟ କୋଭିଡ କଟକଣା କୁ ଅଧିଜକ ଗୁରୁତ୍ୱ ଦେଇଛନ୍ତି ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟ ନୁଆଁ ଏସଓପି ଜାରି କରିଛନ୍ତି |ସେଥିନିମନ୍ତେ କୋଦଳା ଅଞ୍ଚଳ ରେ ସଂକ୍ରମଣ କୁ ଦୁରେଇ ରଖିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟଜ ବୋଲି କହିଥିଲେ |ଗତ କରୋନା ସଂକ୍ରମଣ ସମୟ ରେ ଅଙ୍ଗନବାଡିଙ୍କ ଭୂମିକା ଗୁରୁତ୍ୱପୂର୍ଣ ହୋଇଥିବା ବେଳେ ବର୍ତ୍ତମାନ ମଧ୍ୟ ସେହିଭଳି ଯୋଦ୍ଧା ଭାବେ କାର୍ଯ୍ୟ କରି ଲୋକଙ୍କୁ ସଚେତନ କରିବାକୁ ତହସିଲଦାର କହିଛନ୍ତି |ବର୍ତ୍ତମାନ ପରିସ୍ଥିତି ରେ ସରକାରଙ୍କ ନିୟମ ପ୍ରକାରେ ବ୍ୟବସାୟୀ ଓ ଲୋକମାନେ କିପରି ପାଳନ କରିବେ ଯଦି ପାଳନ ନ କରନ୍ତି କି କି ଅସୁବିଧା ର ସମ୍ମୁଖୀନ ହେବେ ଏ ସମ୍ବନ୍ଧୀୟ ବିସ୍ତୃତ ଆଲୋଚନା ଓ ସଚେତନତା କରିବା ପାଇଁ ଅନୁରୋଧ କରିଥିଲେ